ରୁପେ ପିଓଏସ୍‌ ଭାବେ କାମ କରିବ ସ୍ମାର୍ଟଫୋନ୍

ବିଇଏମ୍‌ଏଲ୍‌ର ୨୬% ଅଂଶଧନ ବିକ୍ରି ହେବ

ମୁମ୍ବାଇ : ବ୍ୟବସାୟୀମାନଙ୍କ ସ୍ମାର୍ଟଫୋନ୍‌କୁ ପଏଣ୍ଟ୍‌ ଅଫ୍‌ ସେଲ୍‌ (ପିଓଏସ୍‌) ମେସିନରେ ପରିଣତ କରିବା ଲାଗି ତିନିଟି ସଂସ୍ଥା ନ୍ୟାସନାଲ୍ ପେମେଣ୍ଟ୍‌ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍‌ପିସିଆଇ), ଆର୍‌ବିଏଲ୍‌ ବ୍ୟାଙ୍କ ଓ ପେବାଏନିୟର ହାତ ମିଳାଇଛନ୍ତି। ଏନ୍‌ଏଫ୍‌ସି ସୁବିଧା ଥିବା ସ୍ମାର୍ଟଫୋନ୍‌କୁ ଏହି ତିନି ସଂସ୍ଥା ରୁପେ ପିଓଏସ୍‌ରେ ପରିଣତ କରୁଛନ୍ତି। ଏହା ମାଧ୍ୟମରେ ଡିଜିଟାଲ୍ ପେମେଣ୍ଟ୍‌ ଗ୍ରହଣ କରିବା ସହଜ ହେବ। ଅଫ୍‌ଲାଇନ୍‌ରେ ମଧ୍ୟ ବ୍ୟବସାୟୀମାନେ ଯେଭଳି ପେମେଣ୍ଟ୍‌ ହାସଲ କରିପାରିବେ ତାହାର ମଧ୍ୟ ପରୀକ୍ଷଣ ଚାଲିଛି। ‌ତେଣୁ ପେମେଣ୍ଟ୍ କରିବା ଲାଗି ରୁପେ କାର୍ଡ ରଖିଥିବା ବ୍ୟକ୍ତିଙ୍କୁ ଇଣ୍ଟରନେଟ୍ ଉପରେ ନିର୍ଭରଶୀଳ ରହିବାକୁ ପଡ଼ିବନି।

ବିଇଏମ୍‌ଏଲ୍‌ର ୨୬% ଅଂଶଧନ ବିକ୍ରି ହେବ
ନୂଆଦିଲ୍ଲୀ : ସରକାରୀ ପ୍ରତିରକ୍ଷା ଓ ଇଞ୍ଜିନିୟରିଂ କଂପାନି ବିଇଏମ୍‌ଏଲ୍‌ର ୨୬% ଅଂଶଧନ ବିକ୍ରି ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ବିଭିନ୍ନ ସଂସ୍ଥା ଠାରୁ ଆବେଦନ ଆହ୍ବାନ କରାଯାଇଛି। ତେବେ କଂପାନି ପାଖରେ ଥିବା ଜମି ଓ ଅଣ-ମୌଳିକ ସମ୍ପତ୍ତିଗୁଡ଼ିକ ଏହି ବିକ୍ରି ପ୍ରକ୍ରିୟାର ଅଂଶ ହେବନାହିଁ। ଲିମିଟେଡ୍‌ ଲାଇବିଲିଟି ପାର୍ଟନରସିପ୍ (ଏଲ୍‌ଏଲ୍‌ପି) ଓ ଫଣ୍ଡ୍‌ଗୁଡ଼ିକ ଏହି ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ। ବର୍ତ୍ତମାନ ବିଇଏମ୍ଏଲ୍‌ରେ ସରକାରଙ୍କ ୫୪.୦୩% ଅଂଶଧନ ରହିଛି।

ସମ୍ବନ୍ଧିତ ଖବର