୮ ହଜାରରୁ କମ ମୂଲ୍ୟରେ ମିଳୁଛି ୫୦୦୦ ଏମଏଚ୍‌ ବ୍ୟାଟେରୀ ବିଶିଷ୍ଟ ଏହି ସ୍ମାର୍ଟଫୋନ

ନୂଆଦିଲ୍ଲୀ : ଭାରତୀୟ ସ୍ମାର୍ଟଫୋନ ବ୍ରାଣ୍ଡ ସ୍ମାର୍ଟରନ ପକ୍ଷରୁ ‘ଟିଫୋନ ପି’ ନାମକ ସ୍ମାର୍ଟଫୋନ ବଜାରକୁ ଛଡ଼ାଯାଇଛି । ଶକ୍ତିଶାଳୀ ୫ ହଜାର ଏମଏଚ ବ୍ୟାଟେରୀ ସହ ଆସୁଥିବା ଏହି ଫୋନର ମୂଲ୍ୟ ମାତ୍ର ୭,୯୯୯ ଟଙ୍କା ରହିଛି । ଏହି ସ୍ମାର୍ଟଫୋନଟି ସ୍ୱତନ୍ତ୍ର ଭାବରେ ୧୭ ଜାନୁଆରୀ ୨୦୧୮ ମଧ୍ୟାହ୍ନ ୧୨ରୁ ଶେଷ ଷ୍ଟକ ସରିବା ପର୍ଯ୍ୟନ୍ତ ଫ୍ଲିପକାର୍ଟରେ ଉପଲବ୍ଧ ହେବ ।

ଏଥିରେ ୫୦୦୦ ଏମଏଏଚ ବ୍ୟାଟେରୀ ଥିବାରୁ ଆପଣଙ୍କୁ ଥରେ ଚାର୍ଜ କରିବା ଦ୍ୱାରା ୨ ଦିନ ପର୍ଯ୍ୟନ୍ତ ବ୍ୟାଟେରୀ ଚାର୍ଜ ପ୍ରଦାନ କରିଥାଏ ଓ ଏକ ସପ୍ତାହ ପର୍ଯ୍ୟନ୍ତ ଷ୍ଟାଣ୍ଡବାଇ ଦକ୍ଷତା ପ୍ରଦାନ କରିଥାଏ । ଏଥିରେ ଆହୁରି ମଧ୍ୟ ସ୍ମାର୍ଟବ୍ୟାଣ୍ଡ, ସ୍ପିକର ଭଳି ଅନ୍ୟ ଯନ୍ତ୍ର ଗୁଡିକୁ ଓଟିଜି ଦ୍ୱାରା ଚାର୍ଜିଂ କରିବାର ବିକଳ୍ପ ମଧ୍ୟ ରହିଛି । ସମ୍ପୁର୍ଣ୍ଣ ମେଟାଲ ବଡି ସହ ୫.୨ ଇଞ୍ଚର ଉନ୍ନତ ଏଚଡି ସ୍କ୍ରିନ ଏହାକୁ ଉତ୍ତମ ସ୍ମାର୍ଟଫୋନରେ ପରିଣତ କରୁଛି ।

ଉପଭୋକ୍ତାମାନେ ଆଣ୍ଡ୍ରଏଡ ଏନ ଦ୍ୱାରା ସ୍ମାର୍ଟଫୋନର ଉନ୍ନତ ପ୍ରଦର୍ଶନ ପାଇଁ ଏଥିରେ ଶକ୍ତିଶାଳି କ୍ୱାଲାକମ ସ୍ମାପଡ୍ରାଗନ ୪୩୫ ଅକ୍ଟା କୋର ଚିପେଷ୍ଟ ପ୍ରୋସେସର ସହ ୩ ଜିବିର ରାମ ସଂଯୋଗ ହୋଇ ରହିଛି । ଏହି ସ୍ମାର୍ଟଫୋନରେ ୩୨ଜିବି ଆଭ୍ୟନ୍ତରୀଣ ମେମୋରୀ ( ଯାହାକି ଆବଶ୍ୟକତା ମୁତାବକ ୧୨୮ ଜିବି ପର୍ଯ୍ୟନ୍ତ ସଂପ୍ରସାରିତ ହୋଇପାରିବ ) ରହିଛି ଏବଂ ଟ୍ରକ୍ନସ ଇଣ୍ଟିଗ୍ରେସନ ଗ୍ରାହକମାନେ ଅତିରିକ୍ତ ଭାବରେ ୧୦୦୦ ଜିବିର ମାଗଣା ଟିକ୍ଲାଉଡ ଷ୍ଟୋରେଜ ପାଇପାରିବେ । ଏହା ଦ୍ୱାରା ସେମାନଙ୍କୁ ଫୋନରୁ କିଛିବି ଡିଲିଟ କରିବା ପାଇଁ ଆବଶ୍ୟକତା ପଡିବ ନାହିଁ । ଏଥିରେ ରହିଛି ୧୩ ଏମପି ରିଅର କ୍ୟାମରା , ଅଟୋଫୋକସ ଏବଂ ୫ ଏମପିର ସାମନା କ୍ୟାମେରା, ଲୋ ଲାଇଟ ଫ୍ଲାସ୍‌ ଏବଂ ବିୟୁଟୁଫିସେନ ମୋଡ ମଧ୍ୟ ରହିଛି । ଟି ଫୋନ ପି ଫିଙ୍ଗରଫ୍ରିଣ୍ଟ ସେନସର ସହ ଆସୁଛି, ଏହା ଗ୍ରାହକ ମାନଙ୍କୁ ସେମାନଙ୍କ ଫୋନ ଦ୍ୱାରା ଦ୍ରୁତ ଏବଂ ସୁରକ୍ଷିତ ବ୍ୟବହାର କରିବାର ସୂଯୋଗ ପ୍ରଦାନ କରିବା ସହିତ ଗୋଟିଏ ଟାପ ଦ୍ୱାରା ଫଟୋ ଉଠାଇବାର ସୁବିଧା ମଧ୍ୟ ପ୍ରଦାନ କରୁଛି ।

ସମ୍ବନ୍ଧିତ ଖବର