ମୁମ୍ବାଇ: ବଲିଉଡ୍ ଷ୍ଟାର୍ ସଲମାନ ଖାନଙ୍କୁ ନିଜର ବ୍ରାଣ୍ଡ୍ ଆମ୍ବାସଡର ଭାବେ ନିଯୁକ୍ତି ଦେଇଛି ସ୍ମାର୍ଟଫୋନ୍ ବ୍ରାଣ୍ଡ ରିୟଲ୍ ମି। ସଲମାନ ଆଗକୁ ରିୟଲ୍ମି୬ ଓ ରିୟଲ୍ମି ୬ ପ୍ରୋ ଫୋନ୍କୁ ସମର୍ଥନ କରିବେ ବୋଲି ସୂଚନା ରହିଛି।
ସଲମାନଙ୍କୁ ନିଜର ବ୍ରାଣ୍ଡ୍ ଆମ୍ବାସଡର ଭାବେ ପାଇ କମ୍ପାନିର ସିଇଓ ଏବଂ ଭାଇସ୍ ପ୍ରେସିଡେଣ୍ଟ୍ ଅଫ୍ ଇଣ୍ଡିଆ କହନ୍ତି, ‘ସଲମାନ ସମାଜର ବିଭିନ୍ନ ବିଭବର ଲୋକମାନଙ୍କ ସହ ଜଡ଼ିତ। ତାଙ୍କ ପରି ଜଣେ ନିଆରା ବ୍ୟକ୍ତିତ୍ବ ଆମ କମ୍ପାନି ପାଇଁ ବେଶ୍ ଲାଭପ୍ରଦ ହେବ ବୋଲି ଆଶା ରହିଛି। ସଲମାନଙ୍କ ଜରିଆରେ ଆମେ ଆମର ଟାର୍ଗେଟ ଗ୍ରାହକଙ୍କ ପାଖରେ ସହଜରେ ପହଞ୍ଚି ପାରିବୁ।’
/sambad/media/post_attachments/wp-content/uploads/2020/02/2019_5largeimg22_Wednesday_2019_123433333-300x284.jpg)
The Tribune
ସଲମାନ୍ ପ୍ରଥମ ଥର ପାଇଁ ଏକ ସ୍ମାର୍ଟଫୋନ୍ କମ୍ପାନି ସହ ଯୋଡ଼ି ହେଲେ। ରିୟଲ୍ ମି ୬କୁ ଲୋକପ୍ରିୟ କରାଇବାରେ ସଲମାନଙ୍କ ସଂପୃକ୍ତି ବେଶ୍ ଗୁରୁତ୍ବ ରଖିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ନୂଆ ରିୟଲ୍ ମି ୬ ଆସନ୍ତା ମାର୍ଚ ୫ ତାରିଖରେ ବଜାରକୁ ଆସିବ।
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ନିକଟରେ ହୋଇଥିବା ଗବେଷଣା ମୁତାବକ, ୨୦୧୯ ମସିହାରେ ସବୁଠାରୁ ଅଧିକ ଚାଲିଥିଲା ରିୟଲ୍ମି ସ୍ମାର୍ଟଫୋନ୍।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/realme_6_series_teaser_1582709414396.jpg)