ସହରର ଅବହେଳିତ ଶିଶୁମାନଙ୍କ ଉଦ୍ଦେଶ୍ୟରେ ‘ଧିରୁଭାଇ ଅମ୍ବାନୀ ଛକ’କୁ ଉତ୍ସର୍ଗ କଲେ ନୀତା ଅମ୍ବାନୀ

ମୁମ୍ବାଇ : ମୁମ୍ବାଇ ପ୍ରତି ସଦିଚ୍ଛା ଏବଂ ଭଲ ପାଇବାର ନିଦର୍ଶନ ସ୍ୱରୂପ ନୀତା ଏବଂ ମୁକେଶ ଅମ୍ବାନୀ ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଏହି ସହରର ୨୦ ନିୟୁତ ମୁମ୍ବାଇବାସୀ ତଥା ପରିଭ୍ରମଣକାରୀଙ୍କ ପାଇଁ ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ଧିରୁଭାଇ ଅମ୍ବାନୀ ଇଣ୍ଟନ୍ୟାସନାଲ୍‌ ସ୍କୁଲ ସମ୍ମୁଖସ୍ଥିତ ଏକ ନୂତନ ଏବଂ ଗୌରବମୟ ଆଇକନ୍‌ ‘ଧିରୁଭାଇ ଅମ୍ବାନୀ ଛକ’କୁ ଉତ୍ସର୍ଗ କରିଛନ୍ତି । ଧିରୁଭାଇ ଅମ୍ବାନୀ ଛକ ବିଶ୍ୱସ୍ତରୀୟ ବହୁମୁଖି-ବ୍ୟାବହାରିକ ସୁବିଧା ଥିବା ଜିଓ ୱାର୍ଲ୍ଡ ସେଣ୍ଟରର ଅଂଶବିଶେଷ । ଭାରତରେ ସର୍ବବୃହତ ଏବଂ ସର୍ବଶ୍ରେଷ୍ଠ ବିଶ୍ୱସ୍ତରୀୟ ସମ୍ମେଳନ ସୁବିଧା ତଥା ସେବା ଉପଲବ୍ଧ କରାଇବା ଉଦେ୍ଦଶ୍ୟରେ ଏହା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ଏବଂ ଏମ୍‌ଏମ୍‌ଆର୍‌ଡିଏ (ମୁମ୍ବଇ ମେଟ୍ରୋପଲିଟାନ୍‌ କ୍ଷେତ୍ର ଉନ୍ନୟନ ପ୍ରାଧିକରଣ)ର ମିଳିତ ଲକ୍ଷ୍ୟର ନିଦର୍ଶନ ।

ଏହାକୁ ସହର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ଅବସରରେ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା  ନୀତା ଅମ୍ବାନୀ କହିଛନ୍ତି, ‘ଧିରୁଭାଇ ଅମ୍ବାନୀ ଛକ ଏବଂ ଜିଓ ୱାର୍ଲ୍ଡ ସେଣ୍ଟର ଭାରତର ଜଣେ ମହାନ ସୁପୁତ୍ରଙ୍କ ମହତ ଲକ୍ଷ୍ୟ ପୂରଣ କରୁଛି, ଯିଏ ବିଶ୍ୱାସ କରୁଥିଲେ ଯେ ରାଷ୍ଟ୍ର-ନିର୍ମାଣର ପ୍ରତିଟି କ୍ଷେତ୍ରରେ ବିଶ୍ୱସ୍ତରୀୟ ଉତ୍କର୍ଷ ହାସଲ ପାଇଁ ଭାରତର କ୍ଷମତା ରହିଛି ।

ଭାରତର ସବୁଠୁ ଜନହିତକରୀ ଓ ଦାତବ୍ୟ ଅନୁଷ୍ଠାନର ନେତୃତ୍ୱ ନେଉଥିବା ତଥା ଶିକ୍ଷା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ଅନେକ ମହତ୍ତ୍ୱାକାଂକ୍ଷୀ ଉପକ୍ରମକୁ ରୂପ ଦେଇଥିବା ନୀତା ଅମ୍ବାନୀ ଅନନ୍ୟ ଢ଼ଙ୍ଗରେ ଏହି କାର୍ଯ୍ୟକ୍ରମର ଯୋଜନା କରିଥିଲେ । ଶିଶୁମାନେ ଭାରତର ଉଜ୍ଜ୍ୱଳ ଭବିଷ୍ୟତର ସ୍ରଷ୍ଟା-ଏହି ବିଶ୍ୱାସରେ ଅନୁପ୍ରାଣୀତ ହୋଇ ସେ ଧିରୁଭାଇ ଅମ୍ବାନୀ ଛକରେ ଚିତ୍ତାକର୍ଷକ ମ୍ୟୁଜିକାଲ୍‌ ଫାଉଣ୍ଡେସନ ଶୋ’ ଉପଭୋଗ କରିବାକୁ ରିଲାଏନ୍ସ ଫାଉଣ୍ଡେସନ ସହାୟତାରେ ପରିଚାଳିତ ବିଭିନ୍ନ ଏନ୍‌ଜିଓରୁ ପ୍ରାୟ ୨୦୦୦ ଅବହେଳିତ ପିଲାଙ୍କୁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରଣ କରିଥିଲେ ।

 ନୀତା ଅମ୍ବାନୀ କହିଲେ, ‘ଏହି ମନଲୋଭା ଫାଉଣ୍ଟେନ ଆମ ସମସ୍ତଙ୍କ ହୃଦୟରେ ଆନନ୍ଦ ଓ ଆଶାର ସ୍ରୋତ ସୃଷ୍ଟି କରିବ’ । ‘ଆଗାମୀ ଦିନରେ ବିଶ୍ୱସ୍ତରୀୟ ବହୁମୁଖି-ବ୍ୟାବହାରିକ ସୁବିଧା ଥିବା ଜିଓ ୱାର୍ଲ୍ଡ ସେଣ୍ଟରର ଅଂଶବିଶେଷ ଏହି ଅତ୍ୟାଧୁନିକ ତଥା ବିକଶିତ ଛକକୁ ପରିଦର୍ଶନରେ ଆସୁଥିବା ସମସ୍ତ ମୁମ୍ବଇ ଅଧିବାସୀଙ୍କ ଓ ପର୍ଯ୍ୟଟକମାନଙ୍କ ପାଇଁ ଏହା ଏକ ମହାନ ଦର୍ଶନୀୟ ଉପହାର ହେବ । ଏହା ଆମ ଦେଶରେ ସର୍ବବୃହତ ଏବଂ ସର୍ବଶ୍ରେଷ୍ଠ ବିଶ୍ୱସ୍ତରୀୟ ସମ୍ମେଳନ ସୁବିଧା ତଥା ଅତ୍ୟାଧୁନିକ ସେବା ଉପଲବ୍ଧ ସ୍ଥଳ ହେବ । ଏହି ବର୍ଷ ଶେଷ ସୁଦ୍ଧା ଜିଓ ୱାର୍ଲ୍ଡ ସେଣ୍ଟର ସର୍ବସାଧାଣଙ୍କ ପାଇଁ ଉନ୍ମୁକ୍ତ ହୋଇଗଲେ ଏହା ଏପରି ଏକ ସ୍ଥାନ ହେବ ଯେଉଁଠି ଲୋକେ କଳାର ପ୍ରଶଂସାରେ, ଭାବନାର ଆଦାନ ପ୍ରଦାନରେ, ସଂସ୍କୃତିକୁ ଉତ୍ସବ ଭାବେ ମନାଇବାରେ ତଥା ଆମର ମହାନ ସହରର ଐତିହ୍ୟ ଏବଂ ଉଦ୍ଦୀପନାରେ ମଜ୍ଜିଯିବାକୁ ଏକାଠି ହେଉଥିବେ।

ସମ୍ବନ୍ଧିତ ଖବର