ତାଇୱାନକୁ ଦେଶ ବୋଲି କହି ଚୀନ ସାମ୍ନାରେ କ୍ଷମା ମାଗିଲା ଏହି ଚକଲେଟ କମ୍ପାନି

ବେଜିଙ୍ଗ: ତାଇୱାନ-ଚୀନ ମଧ୍ୟରେ ଏବେ ତିକ୍ତତା ଲାଗି ରହିଥିବାବେଳେ ଏବେ ଅଡୁଆରେ ଫସିଯାଇଛି ଆମେରିକାର ଏକ ଚକଲେଟ କମ୍ପାନି | ବାସ୍ତବରେ ତାଇୱାନକୁ ଦେଶ ବୋଲି କହିବା ଏହି ଚକଲେଟ କମ୍ପାନିକୁ ମହଙ୍ଗା ସାବ୍ୟସ୍ତ ହୋଇଛି | ମିଳିଥିବା ସୂଚନା ମୁତାବକ ସ୍ନିକର୍ସ ଚକଲେଟ କମ୍ପାନିକୁ ଚାଇନାକୁ କ୍ଷମା ମାଗିବାକୁ ପଡିଛି | ଏହାର କାରଣ ହେଉଛି ଯେ କମ୍ପାନି ଏହାର ବିଜ୍ଞାପନରେ ତାଇୱାନକୁ ଏକ ଦେଶ ଭାବରେ ଦର୍ଶାଇଥିଲା। ଆଉ ଚାଇନାର ସୋସିଆଲ ମିଡିଆ ବ୍ୟବହାରକାରୀମାନେ କହିଥିଲେ ଯେ ତାଇୱାନକୁ ଚକଲେଟ କମ୍ପାନି ବିଜ୍ଞାପନରେ ଏକ ଦେଶ ଭାବରେ ଦର୍ଶାଯାଇଛି।

ସ୍ନିକର୍ସ ଆମେରିକାର କମ୍ପାନି ମାର୍ସ ଇନକୋରପୋର୍ଟେଡ୍ ଦ୍ୱାରା ପ୍ରସ୍ତୁତ ହେଉଥିବାବେଳେ କମ୍ପାନି ନିକଟରେ ସ୍ନିକର୍ସ ଚକଲେଟର ଏକ ଲିମିଟେଡ଼ ଏଡିସନ ଲଞ୍ଚ କରିଥିଲା | ଆଉ ବିଜ୍ଞାପନରେ ସ୍ନିକର୍ସ ପକ୍ଷରୁ ଦାବି କରାଯାଇଥିଲା ଯେ ଏହି ସୀମିତ ସଂସ୍କରଣ କେବଳ ଦକ୍ଷିଣ କୋରିଆ, ମାଲେସିଆ ଏବଂ ତାଇୱାନ ଭଳି “ଦେଶ” ରେ ଉପଲବ୍ଧ ହେବ |

ଲଞ୍ଚ ଇଭେଣ୍ଟରୁ ଫଟୋ ଏବଂ ଭିଡିଓ ଚାଇନାର ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ୱାଇବୋରେ ଭାଇରାଲ ହୋଇଥିଲା। ଆଉ ଏହାକୁ ନେଇ ଚାଇନାରେ ତୀବ୍ର ଜନ ଅସନ୍ତୋଷ ଦେଖି ଆମେରିକୀୟ କମ୍ପାନି କ୍ଷମା ମାଗିଛି। ଉଲ୍ଲେଖନୀୟ ବିଷୟ ହେଉଛି, ଚୀନ୍ ପଡୋଶୀ ତାଇୱାନକୁ ଏହାର ଅଂଶ ବୋଲି ଦାବି କରୁଛି।

ସମ୍ବନ୍ଧିତ ଖବର