ଜାନୁଆରି ୩୧ ପର୍ଯ୍ୟନ୍ତ ବିଏସଏନଏଲର ମାଗଣା ସିମ୍ ଅଫର

ମୁମ୍ବାଇ: ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସଏନଏଲ) ମାଗଣା ସିମ ଅଫରକୁ ୨୦୨୨୧ ଜାନୁଆରି ୩୧ପର୍ଯ୍ୟନ୍ତ ବୃଦ୍ଧି କରି ଦେଇଛି। ଟେଲିକମ୍ କମ୍ପାନି ତାମିଲନାଡୁ ୱେବସାଇଟ୍ ମାଧ୍ୟମରେ ଏହାର ସୂଚନା ଦେଇଛି। ଏହି ଅଫର ପ୍ରଥମେ ନଭେମ୍ବର ମାସରେ ଆରମ୍ଭ କରାଯାଇଥିଲା, ଯାହା ବୈଧତା କେବଳ ନଭେମ୍ବର ୨୮ ପର୍ଯ୍ୟନ୍ତ ରହଥିଲା । କମ୍ପାନି ଏହି ବୈଧତାକୁ ବୃଦ୍ଧି କରି ଜାନୁଆରି ୩୧ ପର୍ଯ୍ୟନ୍ତ କରିଥିଲା। ଏହା ବ୍ୟତୀତ ବିଏସଏନଏଲ ୧୮୬ ଟଙ୍କାର ପ୍ଲାନ ଭାଉଚର ଏବଂ ୧୯୯ଟଙ୍କାର ସ୍ୱତନ୍ତ୍ର ଟାରିଫ ଭାଉଚରରେ ବି ପରିବର୍ତ୍ତନ କରିଛି।

ବିଏସଏନଏଲ ଘୋଷଣା କରିଛି କି ମାଗଣା ସିମ୍ ଅଫର ୨୦୨୦ ଜାନୁଆରି ୩୧ ପର୍ଯ୍ୟନ୍ତ ରହିବ। ସମସ୍ତ ବିଏସଏନଏଲ ଗ୍ରାହକ ନୂଆ ସିମ କିମ୍ବା ଅନ୍ୟ ଗ୍ରାହକ ବିଏସଏନଏଲ ପୋର୍ଟ କରିବାକୁ ଆବେଦନ କରିପାରିବେ, ଯେଉଁଥିରେ ଆପଣ ମାଗଣା ସିମ୍ ପାଇ ପାରିବେ ।

ମାଗଣା ସିମ୍ ପାଇବାକୁ ଗ୍ରାହକଙ୍କୁ ୧୦୦ ଟଙ୍କା ମୂଲ୍ୟର ପ୍ରଥମ ରିଚାର୍ଜ କୁପନରେ ରିଚାର୍ଜ କରିବାକୁ ପଡିବ | କମ୍ପାନି ନିଜର ତାମିଲନାଡୁ ସର୍କଲ ୱେବସାଇଟରେ ଏହାକୁ ଅପଡେଟ୍ କରିଛି |

ପ୍ରକାଶିତ ରିପୋର୍ଟ ମୁତାବକ, ଏହି ଯୋଜନା ପ୍ରଥମେ ନଭେମ୍ବର ଦ୍ୱିତୀୟ ସପ୍ତାହରେ ଆରମ୍ଭ ହୋଇଥିଲା, ଯାହାକି ୨୮ନଭେମ୍ବରରେ ଶେଷ ହେବାକୁ ଥିଲା। ପୁଣିଥରେ ଏହି ଅଫରକୁ ଡିସେମ୍ବର ୧ରେ ଘୋଷଣା କରାଯାଇଥିଲା । ଯାହାର ବୈଧତା ଜାନୁଆରି ୧ ପର୍ଯ୍ୟନ୍ତ ରହିଥିଲା। ଏହି ମାଗଣା ଅଫରକୁ କମ୍ପାନି ପୁଣି ଥରେ ଘୋଷଣା କରିଛି।

 

ସମ୍ବନ୍ଧିତ ଖବର