ଭୁବନେଶ୍ବର: ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁସନାଲ୍ ରୢାଙ୍କିଙ୍ଗ ଫ୍ରେମ୍ୱର୍କ (ଏନ୍ଆଇଆର୍ଏଫ୍) ରୢାଙ୍କିଂରେ ଦେଶର ଶ୍ରେଷ୍ଠ ବିଶ୍ବବିଦ୍ୟାଳୟଗୁଡ଼ିକ ମଧ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ୧୫ତମ ସ୍ଥାନରେ ରହିଛି। ୨୦୨୨ରେ ସୋଆ ୧୬ତମ ସ୍ଥାନରେ ଥିଲା। ୨୦୧୬ଠାରୁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଏହି ରୢାଙ୍କିଂ ଜାରି କରିବା ଆରମ୍ଭ କରିଥିବା ବେଳେ ଏହି ୮ ବର୍ଷ ଭିତରେ ସୋଆ ଦେଶର ଶ୍ରେଷ୍ଠ ୨୫ଟି ବିଶ୍ବବିଦ୍ୟାଳୟ ଭିତରେ ନିଜ ନାମ ବଜାୟ ରଖିଛି। ସେଥିରୁ ୬ଟି ବର୍ଷରେ ସୋଆ ଶ୍ରେଷ୍ଠ ୨୦ ଭିତରେ ରହିଛି। ସାମଗ୍ରିକ ବର୍ଗରେ ସୋଆ ୨୬ତମ ସ୍ଥାନ ହାସଲ କରିଛି। ଗତବର୍ଷ ସୋଆ ଏଥିରେ ୩୦ତମ ସ୍ଥାନରେ ଥିଲା।
ଚଳିତ ବର୍ଷ ରୢାଙ୍କିଂରେ ମେଡିକାଲ୍ ସାଇନ୍ସ ବର୍ଗରେ ସୋଆ ୧୬ତମ, ଆଇନରେ ଅଷ୍ଟମ ଓ ଡେଣ୍ଟାଲ୍ ସାଇନ୍ସରେ ନବମ ସ୍ଥାନରେ ରହିଛି। ଚଳିତ ବର୍ଷ ସାମଗ୍ରିକ, ବିଶ୍ବବିଦ୍ୟାଳୟ, ମେଡିକାଲ୍ ସାଇନ୍ସ, ଡେଣ୍ଟାଲ ସାଇନ୍ସ ଓ ଆଇନ ବର୍ଗରେ ସୋଆ ଓଡ଼ିଶାର ଏକ ନମ୍ବର ସ୍ଥାନରେ ରହିଛି। ଏନ୍ଆଇଆର୍ଏଫ୍ ରୢାଙ୍କିଂକୁ ନେଇ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋରଞ୍ଜନ ନାୟକ ଖୁସି ବ୍ୟକ୍ତି କରିଥିବା ବେଳେ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ନିରବଚ୍ଛିନ୍ନ ଉଦ୍ୟମକୁ ସଫଳତାର ଶ୍ରେୟ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/SOA-Result-e1576805545525-1.jpg)