ବେଙ୍ଗାଲୁରୁରେ ନିଯୁକ୍ତିଦାତାଙ୍କୁ ପ୍ରଭାବିତ କଲେ ସୋଆ ଛାତ୍ରଛାତ୍ରୀ

ଭୁବନେଶ୍ବର: ନିକଟରେ ବେଙ୍ଗାଲୁରୁରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ସୋଆ ପ୍ରାକ୍ଟିମା-୨୦୨୨’ରେ ଆଗଧାଡ଼ିର ପ୍ରାୟ ୪୫ ବହୁ ଦେଶୀୟ କଂପାନି ସମ୍ମୁଖରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ବବିଦ୍ୟାଳୟର ଇନଷ୍ଟିଚ୍ୟୁଟ୍ ଅଫ୍‌ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ୍‌ ରିସର୍ଚ (ଆଇଟିଇଆର୍‌)ର ଛାତ୍ରଛାତ୍ରୀମାନେ ନିଜ ଦକ୍ଷତା ପ୍ରଦର୍ଶନ କରି ସେମାନଙ୍କୁ ପ୍ରଭାବିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ୬୨ ବହୁ ଦେଶୀୟ କଂପାନିର ମାନବ ସମ୍ବଳ ଅଧିକାରୀ ଓ ପ୍ରତିଭା ଅଧିଗ୍ରହଣ ଅଧିକାରୀଙ୍କୁ ଛାତ୍ରଛାତ୍ରୀମାନେ ନିଜର ବୈଷୟିକ ଜ୍ଞାନ କୌଶଳ ସହିତ କଳା ଓ ସଂସ୍କୃତି କ୍ଷେତ୍ରରେ ରହିଥିବା ଦକ୍ଷତାକୁ ପ୍ରଦର୍ଶନ କରି ସେମାନଙ୍କୁ ବିମୋହିତ କରିଥିଲେ। କାର୍ଯ୍ୟକ୍ରମରେ ସୋଆର ପ୍ରୋ-ଚାନ୍‌ସେଲର ଡ. ଅମିତ ବାନାର୍ଜୀ, ଛାତ୍ର ମଙ୍ଗଳ ଡିନ୍ ଜ୍ୟୋତି ରଞ୍ଜନ ଦାସ, ଇଣ୍ଡଷ୍ଟ୍ରି ଏନ୍‌ଗେଜ୍‌ମେଣ୍ଟ୍‌ ମୁଖ୍ୟ ରିପ୍ତି ରଞ୍ଜନ ଦାଶ ଓ କର୍ପୋରେଟ୍ ରିଲେସନ୍ସ ମ୍ୟାନେଜର ଅଭିଷେକ ପଟ୍ଟନାୟକ ଉପସ୍ଥିତ ଥିଲେ। ଛାତ୍ରୀ ସ୍ମୃତି ପ୍ରଜ୍ଞା ବିଶ୍ବାଳ, ଅନିଷା ସ୍ବାଇଁ ଓ ପ୍ରିୟଦର୍ଶନୀ ପରିଡ଼ା ଓଡ଼ିଶା ନୃତ୍ୟ, ଆଇସି ଆଇଚ ଭାରତନାଟ୍ୟମ୍ ପରିବେଷଣ କରିଥିଲେ। ଭବେଶ ମିଶ୍ରଙ୍କ ମ୍ୟାଜିକ୍ ଦର୍ଶକଙ୍କୁ ଆକୃଷ୍ଟ କରିଥିଲା।

ସମ୍ବନ୍ଧିତ ଖବର