ସୋଆରେ ଷ୍ଟାର୍ଟଅପ୍ କନ୍‌କ୍ଲେଭ୍‌ ୧୮ରୁ

ଭୁବନେଶ୍ବର : ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ (ସୋଆ)ରେ ଆସନ୍ତାକାଲିଠାରୁ ଦୁଇଦିନିଆ ଷ୍ଟାର୍ଟଅପ୍‌ କନ୍‌କ୍ଲେଭ୍‌ ଆରମ୍ଭ ହେବ। ସେଥିରେ ୬୦ ଷ୍ଟାର୍ଟଅପ୍‌ ଅଂଶଗ୍ରହଣ କରିବେ। ଇନଷ୍ଟିଚ୍ୟୁଟ୍‌ ଅଫ୍‌ ରୁରାଲ୍‌ ମ୍ୟାନେଜମେଣ୍ଟ୍‌-ଆଇସିଡ୍‌ ଫାଉଣ୍ଡେସନ, ପେସ୍‌ ଫାଉଣ୍ଡେସନ ଓ ସୋଆ ସହଯୋଗରେ ଲାଇଭଲିହୁଡ୍ ଅଲ୍‌ଟରନେଟିଭ୍‌ସ ପକ୍ଷରୁ ଏହି କନ୍‌କ୍ଲେଭ୍‌କୁ ଆୟୋଜନ କରାଯାଉଛି।

ଏକ ସାମ୍ବାଦିକ ସମ୍ମିଳନୀରେ ଏ ସଂକ୍ରାନ୍ତରେ ସୂଚନା ଦେଇ ଲାଇଭ୍‌ଲିହୁଡ୍‌ ଅଲ୍‌ଟରନେଟିଭ୍‌ସର ସିଏମ୍‌ଡି ସମ୍ବିତ ତ୍ରିପାଠୀ କହିଛନ୍ତି ଯେ ଏହି କନ୍‌କ୍ଲେଭ୍‌ରେ ଷ୍ଟାର୍ଟଅପ୍‌ଗୁଡ଼ିକ ନିଜର ଚିନ୍ତାଧାରା ଓ ପ୍ରଯୁକ୍ତିକୁ ସେମାନେ ପହଞ୍ଚିବାକୁ ଚାହୁଥିବା ଲୋକମାନଙ୍କ ସାମ୍ନାରେ ଉପସ୍ଥାପନ କରିପାରିବେ ଓ ତାହାକୁ ପ୍ରଦର୍ଶିତ କରିବାର ମଧ୍ୟ ସୁଯୋଗ ପାଇବେ। ଏହି କନ୍‌କ୍ଲେଭ୍‌ ଷ୍ଟାର୍ଟଅପ୍‌ଗୁଡ଼ିକୁ ବଜାର ସହିତ ଯୋଡ଼ିବାରେ ସହାୟକ ହେବ। ଆଇ-ହବ୍‌ ଗୁଜରାଟ, ଆଇଆର୍‌ଏମ୍‌ଏ-ସିଡ୍‌ ଫାଉଣ୍ଡେସନ, କିଟ୍‌-ଟିବିଆଇ, ସୋସିଆଲ ଆଲ୍‌ଫା ଓ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍‌ସେସ୍‌ ଭଳି ଇନ୍‌କୁବେଟର ଏଥିରେ ଭାଗ ନେବେ। ପ୍ରାୟ ୩୦୦ ଚାଷୀ ଏଥିରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ କିଛି ଏମ୍‌ଓୟୁ ମଧ୍ୟ ସ୍ବାକ୍ଷର ହେବ।

ସମ୍ବନ୍ଧିତ ଖବର