ସୋବିସ୍କୋ ବିସ୍କୁଟ ବିକ୍ରିରେ ୬୦% ବୃଦ୍ଧି

ଭୁବନେଶ୍ବର: କୈଳାଶ ଚାନ୍ଦ ଅଗ୍ରୱାଲ୍‌ଙ୍କ ନେତୃତ୍ବରେ ପରିଚାଳିତ ସୋବିସ୍କୋ ବିସ୍କୁଟସ୍‌ ଆଣ୍ଡ୍ କେକସ୍‌ ବିକ୍ରି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। କୋଲକାତାରେ ଚଳିତ ମାସ ୮ରୁ ୧୨ ତାରିଖ ପର୍ଯ୍ୟନ୍ତ କଂପାନିର ସୁପର ଷ୍ଟକିଷ୍ଟ୍‌ ଓ ବିତରକଙ୍କ ପାଇଁ ଆୟୋଜିତ ଏକ ମେଗା ସମ୍ମିଳନୀରେ କଂପାନିର ଅଧ୍ୟକ୍ଷ ଶ୍ରୀ ଅଗ୍ରୱାଲ୍ ସୂଚନା ଦେଇଛନ୍ତି‌ ଯେ, ୨୦୧୮ରେ କଂପାନି ବିସ୍କୁଟ ବିକ୍ରି ୬୦% ବଢ଼ିଥିବା ବେଳେ କେକ୍ ବିକ୍ରିରେ ୩୦୦% ବୃଦ୍ଧି ହୋଇଛି। ଏହି ସମ୍ମିଳନୀରେ କଂପାନିର ୧୪୦୦ ସୁପର ଷ୍ଟକିଷ୍ଟ୍‌ ଓ ବିତରକ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର