ଭୁବନେଶ୍ୱରରେ ସୋଚର ପ୍ରଥମ ଷ୍ଟୋର

ଭୁବନେଶ୍ୱର : ଏଥନିକ ପୋଷାକ ପାଇଁ ସାରା ଭାରତରେ ପରିଚିତ ସୋରୁମ ସୋଚ୍ ଭୁବନେଶ୍ୱରର ସହିଦନଗରସ୍ଥିତ ଜନପଥ ରୋଡ୍ ସାଉଥଠାରେ ଏହାର ପ୍ରଥମ ଷ୍ଟୋର୍ ଖୋଲିଛି । ଏହି ଷ୍ଟୋର୍ ୨୫୦୦ ବର୍ଗଫୁଟ୍ ଅଂଚଳରେ ପରିବ୍ୟାପ୍ତ ରହିଛି । ତେବେ ଓଡ଼ିଶାରେ ଏହା କମ୍ପାନିର ପ୍ରଥମ ଷ୍ଟୋର ନୁହେଁ । କମ୍ପାନିର ପୂର୍ବରୁ ହିଁ ଅନୁଗୁଳଠାରେ ଏକ ଷ୍ଟୋର ରହିଛି ।

ଭୁବନେଶ୍ୱରସ୍ଥିତ ଏହି ନୂଆ ଷ୍ଟୋର୍ ବ୍ରାଣ୍ଡ୍ର ନୂତନ କଲେକ୍ସନଗୁଡିକୁ ପ୍ରଦର୍ଶିତ କରିବ । ଏଠାରେ ଗ୍ରାହକମାନେ ଶାଢୀ, ସାଲଓ୍ବାର ସୁଟ୍, କୁର୍ତ୍ତା, କୂର୍ତି ସୁଟ୍, ଡ୍ରେସ୍ ମ୍ୟାଟେରିଆଲ ଓ ମାସ୍କ ଆଦି ଏକ ବିସ୍ତୃତ ଶୃଙ୍ଖଳାରୁ ଚୟନ କରିପାରିବେ । ସୋଚର ଭାରତରେ ପ୍ରାୟ ୧୬ ବର୍ଷର ଖୁଚୁରା ଉପସ୍ଥିତି ରହିଛି ଏବଂ ଏହି ବ୍ରାଣ୍ଡର ଦେଶର ୫୩ଟି ସହରରେ ୧୩୫ଟି ଷ୍ଟୋର୍ ରହିଛି ।

ସମ୍ବନ୍ଧିତ ଖବର