ନୂଆଦିଲ୍ଲୀ: ବର୍ଷ ବର୍ଷ ଧରି ଟିକସ ଠକି ଚାଲିଥିବା ଲୋକମାନଙ୍କୁ ଧରିବା ପାଇଁ ସରକାର ଏକ ବଡ଼ ଧରଣର ପଦକ୍ଷେପ ନେଇଛନ୍ତି। ସେମାନଙ୍କୁ ସୋସିଆଲ୍ ମିଡିଆ ମାଧ୍ୟମରେ ଧରିବାକୁ ପ୍ରୟାସ କରାଯିବ। ଏହି କାମ କରିବା ପାଇଁ ସରକାରଙ୍କ ପକ୍ଷରୁ ଏଲ୍ଆଣ୍ଡଟି ଇନ୍ଫୋଟେକ୍ ନାମକ କଂପାନିକୁ କାର୍ଯ୍ୟ ବରାଦ ପ୍ରଦାନ କରାଯାଇଛି। ଏହି କଂପାନି ସୋସିଆଲ ମିଡିଆ ଆନାଲିଟିକ୍ସକୁ ବ୍ୟବହାର କରି ଟିକସ ଠକଙ୍କୁ ଧରିବାରେ ସରକାରଙ୍କୁ ସହାୟତା ପ୍ରଦାନ କରିବ। ଏଥିପାଇଁ ସରକାର କଂପାନିକୁ ୬୫୦ କୋଟି ଟଙ୍କାର କାର୍ଯ୍ୟ ବରାଦ ପ୍ରଦାନ କରିଛନ୍ତି। କଂପାନିର ସିଇଓ ସଞ୍ଜୟ ଜଲୋନା କହିଛନ୍ତି ଯେ ଟିକସ ଠକମାନଙ୍କୁ ଧରିବା ପାଇଁ ଆମକୁ ଅତ୍ୟାଧୁନିକ ଆନାଲିଟିକ୍ସ ବ୍ୟବହାର କରିବାକୁ ପଡ଼ିବ। ଏଥିପାଇଁ ଆମକୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡଠାରୁ ବଡ଼ ଧରଣର କାର୍ଯ୍ୟ ବରାଦ ମିଳିିଛି। ଏହା ଏକ ମୋଟା ଅଙ୍କର ବୁଝାମଣା ବୋଲି ସେ କହିଛନ୍ତି।
କିଭଳି ଠକମାନଙ୍କୁ ଧରାଯିବ ତାହାର ଏକ ଉଦାହରଣ ପ୍ରଦାନ କରି ସେ କହିଛନ୍ତି ଯେ ଯଦି କୌଣସି ବ୍ୟକ୍ତି ଟିକସ ଦେଉନଥିବେ, ମାତ୍ର ତାଙ୍କ ପତ୍ନୀ ବିଦେଶ ଭ୍ରମଣ କରୁଥିବେ ଏବଂ ଭ୍ରମଣ ସମୟରେ ଫଟୋ ଉଠାଇ ଇନଷ୍ଟାଗ୍ରାମ୍ ଭଳି ସୋସିଆଲ୍ ମିଡିଆରେ ଅପ୍ଲୋଡ୍ କରିବେ ସେଭଳି ଫଟୋକୁ କଂପାନି ପ୍ରସ୍ତୁତ କରିଥିବା କମ୍ପ୍ୟୁଟର ବ୍ୟବସ୍ଥା ସହଜରେ ଚିହ୍ନଟ କରିପାରିବ। ଯେଉଁମାନଙ୍କର ଆୟ ଏବଂ ସୋସିଆଲ୍ ମିଡିଆ ଫଟୋ କିମ୍ବା ପୋଷ୍ଟରେ ଅସଙ୍ଗତି ପରିଲକ୍ଷିତ ହେବ, ସେମାନଙ୍କ ବିଷୟରେ ସୂଚନା ସରକାରୀ ଏଜେନ୍ସିମାନଙ୍କୁ କଂପାନି ପକ୍ଷରୁ ପ୍ରଦାନ କରାଯିବ। ସେହି ସୂଚନା ଆଧାରରେ ସରକାରୀ ଏଜେନ୍ସିଗୁଡ଼ିକ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।
ଟିକସ ଠକ ଧରିବାକୁ ସୋସିଆଲ୍ ମିଡିଆ ଜାଲ
/sambad/media/post_attachments/wp-content/uploads/2017/10/download.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)