ନୂଆଦିଲ୍ଲୀ: ରେଳ ଷ୍ଟେସନ, ବିମାନ ବନ୍ଦର ଓ ବସ୍ଷ୍ଟାଣ୍ଡ୍ଗୁଡ଼ିକରେ ମାଟି ପାତ୍ରରେ ଚା’ ପରଷିବାକୁ ବାଧ୍ୟତାମୂଳକ କରିବା ଲାଗି କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଏକ ପତ୍ର ଲେଖି ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଅନୁରୋଧ କରିଛନ୍ତି। ସେ ଲେଖିଛନ୍ତି, ୧୦୦ ରେଳ ଷ୍ଟେସନ ସହିତ ବିମାନ ବନ୍ଦର ଓ ଚା’ ଷ୍ଟଲ୍ ଥିବା ବସ୍ ଷ୍ଟାଣ୍ଡ୍ଗୁଡ଼ିକ ଲାଗି ମାଟି ପାତ୍ର ବାଧ୍ୟତାମୂଳକ କରାଯାଉ। ମାଟି ପାତ୍ରରେ ଚା’ ଦେବା ଲାଗି ମଲ୍ଗୁଡ଼ିକୁ ମଧ୍ୟ ଉତ୍ସାହିତ କରାଯାଉ ବୋଲି ଗଡକରୀ ଅନୁରୋଧ କରିଛନ୍ତି। ମାଟି ପାତ୍ର ପରିବେଶ ଅନୁକୂଳ ହୋଇଥିବା ବେଳେ ଏହାର ବ୍ୟବହାର ବଢ଼ିଲେ ପ୍ଲାଷ୍ଟିକ୍ ଓ କାଗଜର ବ୍ୟବହାର ଆପେ କମିଯିବ। ଏକସଙ୍ଗେ ବିପୁଳ ପରିମାଣର ମାଟି ପାତ୍ର ଉତ୍ପାଦନ କରିବା ଲାଗି ଆବଶ୍ୟକ ଉପକରଣ ଯୋଗାଇ ଦେବାକୁ ସେ ଖଦି ଓ ଗ୍ରମୋଦ୍ୟୋଗ କମିସନ (କେଭିଆଇସି)କୁ ଅନୁରୋଧ କରିଛନ୍ତି।
ମଲ୍, ବିମାନବନ୍ଦରରେ ମିଳିବ ମାଟି ପାତ୍ରରେ ଚା’
/sambad/media/post_attachments/wp-content/uploads/2019/08/Soil-Tea-Cup-in-Airport_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)