ଭୁବନେଶ୍ବର: ଭାରତ ସରକାରଙ୍କ ପକ୍ଷରୁ ଚାଷଜମିରେ ସୌର ଶକ୍ତି ଉତ୍ପାଦନ ପାଇଁ ଏକ ନୂଆ ପ୍ରକଳ୍ପ ଆରମ୍ଭ ହୋଇଛି। ଏହି ପ୍ରକଳ୍ପର ନାମ ଗ୍ରିଡ କନେକ୍ଟେଡ ଆଗ୍ରୋ ପିଭି ପ୍ରୋଜେକ୍ଟ ରହିଛି। ଉକ୍ତ ପ୍ରକଳ୍ପ ଅଧୀନରେ କୃଷକଙ୍କ ଚାଷଜମିରେ ସୌର ଶକ୍ତି ପ୍ରକଳ୍ପ ସ୍ଥାପନ ହେବ। ଆଗ୍ରହୀ କୃଷକଙ୍କ ଚାଷଜମିକୁ ଏଥିପାଇଁ ଲିଜ୍ରେ ନିଆଯାଇ ସୌର ପ୍ଲାଣ୍ଟ ସ୍ଥାପନ କରାଯିବ। ଏହା ସତ୍ତ୍ବେ କୃଷକ ତା ଜମିରେ ଚାଷ କରିବ। ତେବେ ଜମି ଲିଜ୍ ପାଇଁ କୃଷକଙ୍କୁ ବାର୍ଷିକ ଏକର ପିଛା ୨୦ ହଜାର ଟଙ୍କା ସରକାର ପ୍ରଦାନ କରିବେ। କୃଷକ ଓ ସରକାରଙ୍କ ମଧ୍ୟରେ ଏହି ଲିଜ୍ ରାଜିନାମା ହେବ। କୌଣସି ମଧ୍ୟସ୍ଥି ଏଥିରେ ରହିବେ ନାହିଁ। ଏଥିପାଇଁ ଗତକାଲି ଭାରତ ସରକାରଙ୍କ ସୋଲାର ଏନର୍ଜି କର୍ପୋରେସନ ଅଫ୍ ଇଣ୍ଡିଆ (ଏସ୍ଇସିଆଇ) ଓ ଓଡ଼ିଶା ସରକାରଙ୍କ ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି (ଓରେଡା) ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଓରେଡା ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଏସଇସିଆଇ ପକ୍ଷରୁ ମାନସ ରଂଜନ ମିଶ୍ର ଏବଂ ଓରେଡା ପକ୍ଷରୁ ଡ. ୟେଦୁଲା ବିଜୟ ଏମଓୟୁରେ ଦସ୍ତଖତ କରିଛନ୍ତି। ଉଲ୍ଲେଖଯୋଗ୍ୟ, ରାଜ୍ୟର ହୀରାକୁଦ ଜଳଭଣ୍ଡାରରେ ୪୦ ମେଗାୱାଟ କ୍ଷମତା ବିଶିଷ୍ଟ ଏକ ଭାସମାନ ସୌର ଶକ୍ତି ପ୍ରକଳ୍ପ ସ୍ଥାପନ କାର୍ଯ୍ୟ ଏସ୍ଇସିଆଇ କରୁଛି। ଏଥିସହିତ ବୌଦ୍ଧ ଜିଲାର କଣ୍ଟାମାଳ ତହସିଲରେ ମଧ୍ୟ ୪୦ ମେଗାୱାଟ ବିଶିଷ୍ଟ ଏକ ସୌର ଶକ୍ତି ପ୍ରକଳ୍ପ ନିର୍ମାଣ କରୁଛି। ବର୍ତ୍ତମାନର ଏମଓୟୁ ଫଳରେ ଭବିଷ୍ୟତରେ ରାଜ୍ୟରେ ଅଧିକ ସୌର ଶକ୍ତି ପ୍ରକଳ୍ପ ସ୍ଥାପନ ହୋଇପାରିବା ଆଶା ସୃଷ୍ଟି ହୋଇଛି।
ଚାଷଜମିରେ ଉତ୍ପାଦନ ହେବ ସୌର ଶକ୍ତି, ସରକାର ଓ କୃଷକଙ୍କ ମଧ୍ୟରେ ହେବ ଚୁକ୍ତି
୨୫ ବର୍ଷିଆ ରାଜିନାମା ହେବ, ଏକର ପିଛା ବର୍ଷକୁ ୨୦ ହଜାର ଟଙ୍କା ପାଇବେ ଚାଷୀ
/sambad/media/post_attachments/wp-content/uploads/2020/11/d4jdgj49dg8j798gdj7gj98j74g65gj4d65jg465gjdjgd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)