ନୂଆଦିଲ୍ଲୀ: ଏଣିକି ଘରେ ସୋଲାର ପ୍ୟାନେଲ ଲଗାଇବାକୁ ସରକାର ପ୍ରୋତ୍ସାହନ ଦେଉଛନ୍ତି। ଆପଣ ନିଜ ଘର ଛାତ ଉପରେ ସୋଲାର ପ୍ୟାନେଲ ଲଗାଇ ମହଙ୍ଗା ବିଜୁଳି ବିଲ ପୈଠ କରିବାରୁ ଆଶ୍ବସ୍ତି ପାଇ ପାରିବେ।
କେନ୍ଦ୍ର ସରକାର ଦେଶରେ ଗ୍ରୀନ ଏନାର୍ଜି ବୃଦ୍ଧି ଦିଗରେ କାମ କରୁଛନ୍ତି। ଏହି ଆଧାରରେ ସରକାର ସୋଲାର ପ୍ୟାନେଲ ଲଗାଇବାକୁ ସବସିଡି ପ୍ରଦାନ କରୁଛନ୍ତି। ପ୍ରତିଦିନ ଆପଣଙ୍କ ଘରେ ବିଜୁଳିର କେତେ ୟୁନିଟ ଉଠୁଛି ତାହାକୁ ଧ୍ୟାନରେ ରଖି ସୋଲାର ପ୍ୟାନେଲ ଲଗାଇବାକୁ ହେବ।
ଘରେ ୨/୩ଟି ପଙ୍ଖା, ଗୋଟିଏ ରେଫ୍ରିଜେରେଟର, ଗୋଟିଏ ଏସି ଓ ଗୋଟିଏ କୁଲର ଚଲାଇବାକୁ ୬ରୁ ୮ ୟୁନିଟ ବିଜୁଳିର ଆବଶ୍ୟକତା ପଡ଼ିଥାଏ। ୬ରୁ ୮ ୟୁନିଟ ବିଜୁଳି ପାଇଁ ଆପଣ ଆପଣଙ୍କ ଘର ଛାତ ଉପରେ ଦୁଇକିଲେୱାଟର ସୋଲାର ପ୍ୟାନେଲ ଲଗାଇ ପାରିବେ। ଏଥିରେ ଆପଣଙ୍କୁ ୪୦ ପ୍ରତିଶତ ସରକାରଙ୍କ ତରଫରୁ ସବସିଡି ମିଳିଯିବ। ଏଥିସହିତ ଆପଣଙ୍କୁ ୭୨ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।
ସୋଲର ପ୍ୟାନେଲର ଗ୍ୟାରେଣ୍ଟି ୨୫ବର୍ଷ ପର୍ଯ୍ୟନ୍ତ ରହିଥାଏ। ତେଣୁ ଆପଣ ଥରେ ଏଥିରେ ଖର୍ଚ୍ଚ କରିଦେଲେ ଅନେକ ଦିନ ପର୍ଯ୍ୟନ୍ତ ବିଜୁଳି ବିଲରୁ ଆଶ୍ବସ୍ତି ପାଇ ପାରିବେ।
ସରକାର ୩କିଲୋୱାଟ ପର୍ଯ୍ୟନ୍ତ ରୁଫଟପ ସୋଲାର ପ୍ୟାନେଲ ଲଗାଇବାକୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ସବସିଡି ଦେଉଥିବା ବେଳେ ୧୦କିଲୋୱାଟ ସୋଲାର ପ୍ୟାନାଲ ଉପରେ ୨୦ପ୍ରତିଶତ ସବସିଡି ଦେଉଛନ୍ତି।