ଭୂବନେଶ୍ୱର : ଦେଶର ଅଗ୍ରଣୀ କୁଲିଙ୍ଗ୍ ସଲ୍ୟୁସନ୍ ଇକ୍ୟୁପ୍ମେଣ୍ଟ ଯୋଗାଣକାରୀ କମ୍ପାନୀ ଆଇସ୍ ମେକ୍ ରେଫ୍ରିଜିରେସନ୍ ଲିମିଟେଡ୍ ପକ୍ଷରୁ ସୌର ଶକ୍ତି ଚାଳିତ ପୋର୍ଟେବଲ୍ କୋଲ୍ଡ ଷ୍ଟୋରେଜ୍ ଯୁନିଟ୍କୁ ଓଡିଶାରେ ଲଞ୍ଚ କରାଯାଇଛି। ବିଶେଷ କରି ଓଡିଶାର ଗ୍ରାମାଞ୍ଚଳ ଗୁଡିକରେ ଆବଶ୍ୟକୀୟ ଭିତ୍ତିଭୂମି ଏବଂ ଶୀତଳ ଭଣ୍ଡାର ବ୍ୟବସ୍ଥା ସୁଦୃଢ କରିବା ଉଦେଶ୍ୟରେ କମ୍ପାନୀ ପକ୍ଷରୁ ଏହି ନୁତନ ସୌରଶକ୍ତି ଚାଳିତ ପୋର୍ଟେବଲ୍ କୋଲ୍ଡ ଷ୍ଟୋରେଜ୍ ଯୁନିଟ୍କୁୁ ଲଞ୍ଚ କରାଯାଇଛି ।
ମଧ୍ୟମ ସାଇଜ୍ର କୋଲ୍ଟ ରୁମ୍ ଯୁନିଟ୍ର ଦକ୍ଷତା ପାଖାପାଖି ୪ ରୂ ୫ ମେଟ୍ରିକ୍ ଟନ୍ ଥିବାବେଳେ ଏହାର ମୁଲ୍ୟ ୧୧ ରୁ ୧୨ ଲକ୍ଷ ଟଙ୍କା ରହିଛି। ରାଜ୍ୟରେ ମୁଖ୍ୟତ ୮ ରୁ ୧୦ ମିଲିୟନ୍ ମେଟ୍ରିକ୍ ଟନ୍ ପନିପରିବା ଏବଂ ଫଳ ଉତ୍ପାଦନ ହେଉଛି ଯେପରିକି, ଫୁଲକୋବି,ପତ୍ରକୋବି, ବାଇଗଣ,ଭେଣ୍ଡି, ଟମାଟୋ, ଲାଉ ଇତ୍ୟାଦି । କିନ୍ତୁ ଆବଶ୍ୟକୀୟ ଶୀତଳ ଭଣ୍ଡାରର ଅଭାବ କାରଣରୁ ୩୦ ରୁ ୪୦% ପନିପରିବା ପ୍ରତି ବର୍ଷ ନଷ୍ଟ ହେଉଛି । ଫଳରେ ଚାଷୀମାନଙ୍କୁ ପ୍ରଚୁର ମାତ୍ରାରେ କ୍ଷୟକ୍ଷତି ସହିବାକୁ ପଡୁଛି । ଏହି ପୋର୍ଟେବଲ୍ କୋଲ୍ଡ ଷ୍ଟୋରେଜ୍ ରୁମ୍ ସେଲ୍ଫ ଲାଇଫ୍ ୭ ରୁ ୧୦ ବର୍ଷ ରହିଛି। ଭାରତ ସରକାରଙ୍କ ଯୋଜନା ମୁତାବକ ୪୦ ରୁ ୫୦ ପ୍ରତିଶତ ସବସୀଡି ସୌରଶକ୍ତି ଚାଳିତକୋଲ୍ଡ ଷ୍ଟୋରେଜ୍ ସ୍କିମ୍କୁ ପ୍ରଦାନ କରାଯାଉଛି। ଯାହାଫଳରେ ଚାଷୀମାନେ କମ୍ ଦରରେ ଏହି ଶୀତଳ କକ୍ଷ କ୍ରୟ କରିପାରିବେ। ଚୀନ୍ ପରେ ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ଦେଶ ଯେଉଁଠାରେ ପ୍ରଚୁର ମାତ୍ରାରେ ପନିପରିବା ଏବଂ ଫଳ ଚାଷ ହୋଇଥାଏ। ଯେଉଁଥିରେ କି ପ୍ରତି ବର୍ଷ ୧୦୦ ମିଲୟନ୍ ଟନ୍ର ଫଳ ଥିବାବେଳେ ୧୮୦ ମିଲିୟନ୍ର ପନିପରିବା ଚାଷ କରାଯାଏ। ଯେଉଁଥିରୁ ପାଖାପାଖି ୪୦ ପ୍ରତିଶତ ପନିକରିବା ଏବଂ ଫଳ ଶୀତଳ କକ୍ଷ ଅଭାବରୁ ନଷ୍ଟ ହେଉଛି।