ଭୁବନେଶ୍ବର: ସୋନାଲିକା ୨୦୨୦ ଏପ୍ରିଲରୁ ଡିସେମ୍ବର ମାତ୍ର ୯ମାସ ମଧ୍ୟରେ ଏକ ଲକ୍ଷ ଟ୍ରାକ୍ଟର ବିକ୍ରୟ ହାସଲ କରି ପୁଣିଥରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ମାତ୍ର ଗୋଟିଏ ବର୍ଷ ମଧ୍ୟରେ ସୋନାଲିକା ୩୩.୩% ବୃଦ୍ଧି ହାସଲ କରିଛି। ଟ୍ରାକ୍ଟର ଶିଳ୍ପର ମୋଟ ଅଭିବୃଦ୍ଧି ୧୨% ରହିଥିବା ବେଳେ କଂପାନି ତା’ଠାରୁ ତିନି ଗୁଣା ଅଧିକ ବୃଦ୍ଧି ହାସଲ କରିଛି। ୨୦୧୯-୨୦ରେ କଂପାନି ଯେତିକି ଟ୍ରାକ୍ଟର ବିକ୍ରି କରିଥିଲା ଚଳିତ ଆର୍ଥିକ ବର୍ଷର ପ୍ରଥମ ୯ ମାସରେ ତା’ଠାରୁ ଅଧିକ ଟ୍ରାକ୍ଟର ବିକିଛି। ୨୦୨୦ ଡିସେମ୍ବରରେ କଂପାନି ସର୍ବାଧିକ ୧୧,୫୪୦ ଟ୍ରାକ୍ଟର ବିକ୍ରି କରିଛି। କଂପାନିର ଟାଇଗର, ସିକନ୍ଦର ଡିଏଲଏକ୍ସ, ମହାବଳୀ ଏବଂ ଛତ୍ରପତି ବ୍ରାଣ୍ଡ୍‌ ଗ୍ରାହକଙ୍କ ଦ୍ବାରା ବିଶେଷ ଭାବେ ଆଦୃତ ହୋଇଛି। ଏ ସମ୍ପର୍କରେ କଂପାନିର ପରିଚାଳନା ନିର୍ଦେଶକ ରମଣ ମିତଲ କହିଛନ୍ତି ଯେଗତ ତିନି ବର୍ଷରେ ଯାହା ବାର୍ଷିକ ହାସଲ କରିଥିଲୁ, ଚଳିତ ବର୍ଷ କେବଳ ତିନୋଟି ତ୍ରୟମାସିକରେ ତାହାକୁ ପୂରଣ କରିଛୁ।