ସୋନାଲିକା ଟ୍ରାକ୍ଟର ବିକ୍ରିରେ ରେକର୍ଡ

ଭୁବନେଶ୍ବର: ଦେଶର ଅଗ୍ରଣୀ ଟ୍ରାକ୍ଟର କଂପାନି ‌ସୋନାଲିକା ଟ୍ରାକ୍ଟର୍ସ ଚଳିତ ଆର୍ଥିକ ବର୍ଷର ପ୍ରଥମ ଛଅ ମାସରେ ରେକର୍ଡ ୬୩,୫୬୧ଟି ଟ୍ରାକ୍ଟର ବିକ୍ରି କରିବାର ସଫଳତା ହାସଲ କରିଛି। ଉଭୟ ଦେଶ ଓ ବିଦେଶରେ କଂପାନିର ଟ୍ରାକ୍ଟର ପାଇଁ ଚାହିଦା ରହିଥିଲା। କେବଳ ସେପ୍ଟେମ୍ବର ମାସରେ କଂପାନି ୧୭,୭୦୪ ଟ୍ରାକ୍ଟର ବିକ୍ରି କରିଛି। ଏ ସମ୍ପର୍କରେ କଂପାନିର କାର୍ଯ୍ୟନିର୍ବାହୀ ନିର୍ଦେଶକ ରମଣ ମିତ୍ତଲ କହିଛନ୍ତି ଯେ ଟ୍ରାକ୍ଟର ବିକ୍ରିରେ କଂପାନି ଐତିହାସିକ ସଫଳତା ହାସଲ କରିଥିବାରୁ ମୁଁ ବହୁତ ଖୁସି। ଚାଷୀମାନଙ୍କ ତରଫରୁ ଚାହିଦା ବୃଦ୍ଧି ପାଇବାରୁ ଆମେ ଏହି ସଫଳତା ହାସଲ କରିଛୁ। କୌଣସି ଗୋଟିଏ ବର୍ଷର ପ୍ରଥମ ଛଅ ମାସ ଭିତରେ ଆମେ ପୂର୍ବରୁ ଏତେ ଅଧିକ ଟ୍ରାକ୍ଟର କେବେ ବିକ୍ରି କରିନଥିଲୁ। କଂପାନିର ଟ୍ରାକ୍ଟର ଟାଇଗର, ସିକନ୍ଦର, ଡିଏଲଏକ୍ସ, ମହାବଳି ଓ ଛତ୍ରପତି ମଡେଲ୍‌ ଗ୍ରାହକଙ୍କ ଦ୍ବାରା ବିଶେଷ ଭାବେ ଆଦୃତ ହୋଇଛି। କଂପାନି ନିକଟରେ ଟ୍ରାକ୍ଟରର ୪ଟି ନୂଆ ମଡେଲ୍‌ ଉନ୍ମୋଚନ କରିଥିଲା।

ସମ୍ବନ୍ଧିତ ଖବର