ଭୁବନେଶ୍ବର: ଶ୍ୟାମ ଷ୍ଟିଲ୍ ଇଣ୍ଡିଆ ପକ୍ଷରୁ ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମ ଜରିଆରେ ନୂଆ ଟିଭି ବିଜ୍ଞାପନକୁ ଉନ୍ମୋଚନ କରାଯାଇଛି। ଏଥିରେ କଂପାନିର ବ୍ରାଣ୍ଡ୍ ଆମ୍ବାସାଡର ସୋନୁ ସୁଦ୍ ଅଭିନୟ କରିଛନ୍ତି। ଲକ୍ଡାଉନ୍ ସମୟରେ ଲୋକମାନଙ୍କ ସହ ସମ୍ପର୍କ ଯୋଡ଼ି ସୋନୁ ଯେଉଁଭଳି ମହତ୍ କାର୍ଯ୍ୟ କରିଛନ୍ତି ଶ୍ୟାମ ଷ୍ଟିଲ୍ ନିଜ ଇସ୍ପାତ ଜରିଆରେ ଦେଶ ଗଠନରେ ସହାୟତା ପ୍ରଦାନ କରି ସେଭଳି କାର୍ଯ୍ୟ କରୁଛି ବୋଲି ଏହି ବିଜ୍ଞାପନ ଜରିଆରେ ପ୍ରଦର୍ଶିତ କରାଯାଇଛି। ଏହାର ଉନ୍ମୋଚନ ଅବସରରେ ସୋନୁଙ୍କ ସହିତ କଂପାନିର ନିର୍ଦେଶକ ଲଲିତ ବେରିୱାଲ୍, ଉପସଭାପତି-ମାର୍କେଟିଂ ମେଘା ବେରିୱାଲ୍ ଓ ମୋଗାଏ ମିଡିଆର କ୍ରିଏଟିଭ୍ ଡାଇରେକ୍ଟର ହରିଷ ଅରୋରା ସାମିଲ ହୋଇଥିଲେ।
ଶ୍ୟାମ ଷ୍ଟିଲ୍ ଟିଭି ବିଜ୍ଞାପନରେ ସୋନୁ
/sambad/media/post_attachments/wp-content/uploads/2021/04/d4gj654dg6j54d56gj456dgjdgjdgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)