ଆଉ ଖରା, ଶୀତକୁ ଡର ନାହିଁ ! ସୋନି ଲଞ୍ଚ୍‌ କଲା ଏସି ଲାଗିଥିବା ପୋଷାକ

ଟୋକିଓ : ଜାପାନର ପ୍ରସିଦ୍ଧ ଟେକନଲୋଜୀ କମ୍ପାନି ସୋନି ପକ୍ଷରୁ ଏକ ଏସି ଲାଗିଥିବା ପୋଷାକ ଉଦ୍ଭାବନ କରାଯାଇଛି । ଏହାକୁ ପିନ୍ଧିଲେ ପ୍ରବଳ ଖରାରେ ମଧ୍ୟ ଆପଣ ଥଣ୍ଡା ଅନୁଭବ କରିପାରିବେ ଅଥବା ପ୍ରବଳ ଶୀତରେ ଉଷୁମ ଅନୁଭବ କରିପାରିବେ । ଏହି ପିନ୍ଧି ହେଉଥିବା ଏସିର ନାଁ ହେଉଛି ରିଅନ ପକେଟ । ରିଅର ପକେଟ ଏକ ମୋବାଇଲ ଫୋନଠାରୁ ମଧ୍ୟ ହାଲକା ।

ଏହାକୁ ଆପଣ ଭିତର ପୋଷାକ (ଇନର) ଭାବରେ ପିନ୍ଧିପାରିବେ । ମୋବାଇଲ ଫୋନ ଦ୍ୱାରା ବ୍ଲୁତୁଥ୍‌ ମାଧ୍ୟମରେ ତାପମାତ୍ରା କମବେଶୀ କରିହେବ । ଏହି ମେସିନଟି ଏକ ରିଚାର୍ଜେବଲ ବ୍ୟାଟେରୀ ଦ୍ୱାରା ଚାଲିଥାଏ ଓ ଥରେ ଚାର୍ଜ କଲେ ତାହା ୯୦ ମିନିଟ ପର୍ଯ୍ୟନ୍ତ କାର୍ଯ୍ୟକରେ । ଏହାର ଦାମ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହାର ଦାମ ରହିଛି ୧୪,୦୮୦ ଜାପାନୀ ୟେନ । ଅର୍ଥାତ ଭାରତୀୟ ମୁଦ୍ରାରେ ମାତ୍ର ୯ ହଜାର ଟଙ୍କା । ଏହି ପୋଷାକଟି S,M ଓ L ସାଇଜରେ ମିଳୁଛି । ତେବେ ଏହା ଏବେ କେବଳ ପୁରୁଷ ମାନଙ୍କ ପାଇଁ ଉପଲବ୍ଧ ରହିଛି ।

ସମ୍ବନ୍ଧିତ ଖବର