ସୋନି କହିଲେ ପ୍ରିମିୟମ୍ ଉତ୍ପାଦକୁ ବୁଝାଏ

ସୋନି ଇଣ୍ଡିଆର ଏମ୍‌ଡି ‘ସୁନିଲ୍‌ ନାୟାର’ (ବାମ) ଭୁବନେଶ୍ବର ଗସ୍ତରେ ଆସିଛନ୍ତି। କଂପାନିର ବ୍ୟବସାୟ, ଭବିଷ୍ୟତ ରଣନୀତି, ପ୍ରଚାର ଅଭିଯାନ ଆଦି ବିଷୟରେ ସେ ଯାହା ଆଲୋଚନା କରିଛନ୍ତି ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି। ତାଙ୍କ ସହ ଉପସ୍ଥିତ ଥିଲେ କଂପାନିର ଓଡ଼ିଶା ଶାଖା ମୁଖ୍ୟ ଅଙ୍କୁଶ କପୁର:

ବଡ଼ ପରଦା ଟିଭି ଉପରେ ଗୁରୁତ୍ବ
ସୋନି ଇଣ୍ଡିଆର ବ୍ୟବସାୟକୁ ସର୍ବାଧିକ ଅବଦାନ ପ୍ରଦାନ କରୁଛି ଟିଭି। କଂପାନି ବିଭିନ୍ନ ପ୍ରକାରର ଟିଭି ବିକ୍ରି କରୁଛି। ମାତ୍ର ଏହାର ୫୫ ଇଞ୍ଚ ଓ ୬୫ ଇଞ୍ଚ୍‌ ଟିଭି ଗ୍ରାହକଙ୍କ ଦ୍ବାରା ବିଶେଷ ଭା‌ବେ ଆଦ୍ରୁତ ହୋଇଛି। କଂପାନି ଆଗାମୀ ଦିନରେ ବଡ଼ ପରଦା ଟିଭି ଉପରେ ଅଧିକ ଗୁରୁତ୍ବ ପ୍ରଦାନ କରିବାକୁ ମନସ୍ଥ କରିଛି। ଓଏଲ୍‌ଇଡି ଟିଭି କଂପାନି ପାଇଁ ବ୍ଲକ୍‌ବଷ୍ଟର୍‌ ସାବ୍ୟସ୍ତ ହୋଇଥିବା ବେଳେ ବ୍ରାଭିଆ ମଧ୍ୟ ବହୁତ ଭଲ ବ୍ୟବସାୟ କରୁଛି। ଗ୍ରାହକମାନଙ୍କ ଚାହିଦା ଅନୁସାରେ ଅନେକ ନୂଆ ମଡେଲ୍‌ର ଟିଭି ବଜାରକୁ ଆଣିବାକୁ ‌ସୋନି ଲକ୍ଷ୍ୟ ରଖିଛି। ୫୫ ଇଞ୍ଚ୍‌ ଟିଭି ବିକ୍ରି ଦୁଇ ଗୁଣ ବଢ଼ିଥିବା ବେଳେ ୬୫ ଇଞ୍ଚ ଟିଭିରେ ତିନି ଗୁଣ ବୃଦ୍ଧି ହୋଇଛି। ୭୫ ଇଞ୍ଚ୍‌ ଟିଭି ବିକ୍ରି ମଧ୍ୟ ଧୀରେ ଧୀରେ ବଢ଼ୁଛି। ସୋନି ୩୫% ବଜାର ଅଂଶ ସହ ପ୍ରିମିୟମ୍ ଟିଭି ବଜାରରେ ଏକ ନମ୍ବର ସ୍ଥାନରେ ରହିଛି।
ପ୍ରିମିୟମ୍ ଉତ୍ପାଦ ହେଉଛି ପରିଚୟ
ସୋନି ସବୁ ବେଳେ ପ୍ରିମିୟମ୍ ଉତ୍ପାଦ ଗ୍ରାହକମାନଙ୍କୁ ଭେଟି ଦେଉଛି। ସାରା ବିଶ୍ବ ପାଇଁ ଏହି ଦର୍ଶନ ଆଧାରରେ କଂପାନି କାରବାର କରୁଛି। ଭାରତରେ ମଧ୍ୟ ସେହି ଅନୁସାରେ ଉତ୍ପାଦ ବିକ୍ରି ହେଉଛି। ପ୍ରିମିୟମ୍ ମାନ ସହିତ କଂପାନି କେବେବି ସାମିଲ କରିବ ନାହିଁ।
ସାଉଣ୍ଡ୍‌ବାର୍, ୱାନ୍‌ବକ୍ସ ଚାହିଦା ବଢ଼ୁଛି
ଟିଭି ପରେ ସୋନି ପାଇଁ ଅଧିକ ଆୟ ସୃଷ୍ଟି କରୁଥିବା ବର୍ଗଟି ହେଉଛି ହୋମ୍ ଅଡିଓ କ୍ଷେତ୍ର। ଏଥିରେ ସୋନି ପକ୍ଷରୁ ସାଉଣ୍ଡ୍ ବାର୍‌ ଏବଂ ୱାନ୍‌ ବକ୍ସ ବିକ୍ରି କରାଯାଉଛି। ସାଉଣ୍ଡ୍‌ ବାର୍‌ ବିକ୍ରି ୯୦% ହାରରେ ଆଗକୁ ବଢ଼ୁଥିବା ବେଳେ ୱାନ୍‌ବକ୍ସକୁ ନେଇ ଗ୍ରାହକଙ୍କ ଭିତରେ ପ୍ରବଳ ଉତ୍ସାହ ରହିଛି। ୱାନ୍‌ ବକ୍ସ ବିକ୍ରିର ଅଭିବୃଦ୍ଧି ହାର ୧୦୦%ରୁ ଅଧିକ ରହିଛି। ଏହି ଦୁଇ ବର୍ଗରେ ସୋନି ଅନେକ ନୂଆ ଉତ୍ପାଦ ଆଣିବ।
ପ୍ରଚାର, ମାର୍କେଟିଂ ପାଇଁ ୫୦୦ କୋଟିର ବଜେଟ୍‌
ପ୍ରିମିୟମ୍ ଉତ୍ପାଦ ବିକ୍ରିରେ ପ୍ରଚାର ବଡ଼ ଭୂମିକା ଗ୍ରହଣ କରିଥାଏ ଏବଂ ସୋନି ତାହାକୁ ବହୁତ ଭଲ ଭାବେ ବୁଝିଛି। ସେଥିପାଇଁ ୨୦୧୯-୨୦ରେ ବିଭିନ୍ନ ଉତ୍ପାଦର ପ୍ରଚାର ଓ ମାର୍କେଟିଂ ବାବଦରେ ୫୦୦ କୋଟି ଟଙ୍କା ଖର୍ଚ କରିବାକୁ ସୋନି ଯୋଜନା ପ୍ରସ୍ତୁତ କରିଛି। ଟିଭି, ପ୍ରିଣ୍ଟ୍‌, ଡିଜିଟାଲ୍‌, ହୋର୍ଡିଂ, ଷ୍ଟୋର୍‌ ସାମ୍ନାରେ, ସୋ’ରୁମ୍ ଭିତରେ ସବୁ ଆଡ଼େ ସୋନି ଏହାର ଉତ୍ପାଦଗୁଡ଼ିକର ପ୍ରଚାର କରିବାକୁ ଚାହୁଁଛି।
ନୂଆ ଉତ୍ପାଦ ବର୍ଷା ହେବ
ଆସନ୍ତା ଆର୍ଥିକ ବର୍ଷରେ ସୋନି ପକ୍ଷରୁ ଅନେକ ମଡେଲ୍‌ର ନୂଆ ଟିଭି, ଅଡିଓ ଉପକରଣ, ଡିଜିଟାଲ୍ ଇମେଜିଂ ଉତ୍ପାଦ, ହେଡ୍‌ ଫୋନ୍, କ୍ୟାମେରା, ସାଉଣ୍ଡ୍‌ ବାର୍ ଏବଂ ୱାନ୍‌ ବକ୍ସର ବଜାର ପ୍ରବେଶ କରାଯିବ। ଭାରତରେ ଏବେ କଂପାନି ଏହାର ୬୦% ପାଖାପାଖି ଉତ୍ପାଦ ଉତ୍ପାଦନ କରୁଛି। ଆଗାମୀ ଦିନରେ ପ୍ରାୟ ସବୁ ପ୍ରକ‌ାର ସାମଗ୍ରୀକୁ ସୋନି ଭାରତରେ ନିର୍ମାଣ କରିବାକୁ ଯୋଜନା ରଖିଛି।

ସମ୍ବନ୍ଧିତ ଖବର