ସୋନିର ନୂଆ ‘ଆଲ୍‌ଫା ଏ୭ ଆଇଭି’ କ୍ୟାମେରା

ଭୁବନେଶ୍ବର : ସୋନି ଇଣ୍ଡିଆ ପକ୍ଷରୁ ନୂଆ ଆଲ୍‌ଫା ଏ୭ ଆଇଭି କ୍ୟାମେରାକୁ ଉନ୍ମୋଚନ କରାଯାଇଛି। ଏଥିପାଇଁ ମାଷ୍ଟର କ୍ୟାଣ୍ଟିନ ନିକଟସ୍ଥ ବୋକା କାଫେରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯେଉଁଥିରେ କଂପାନିର ଶାଖା ପ୍ରବନ୍ଧକ ସି ପି ଓଝା ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି କ୍ୟାମେରାରେ ୩୩ ମେଗାପିକ୍‌ସେଲ୍‌ ଫୁଲ୍‌-ଫ୍ରେମ୍ ଇମେଜ୍ ସେନ୍‌ସର୍ ରହିଛି। ହାଇବ୍ରିଡ୍ କ୍ୟାମେରା ଚାହୁଥିବା ଫଟୋଗ୍ରାଫର ଓ ଭିଡିଓଗ୍ରାଫରମାନଙ୍କ ପାଇଁ ଏହା ଏକ ଉପଯୁକ୍ତ କ୍ୟା‌ମେରା। ଏଥିରେ ୪କେ ମୁଭି ରେକର୍ଡିଂ, ଏସ୍‌-ସିନେଟୋନ୍, ବିଶ୍ବସନୀୟ ଅଟୋ ଫୋକସ୍ ଓ ରିଅଲ୍‌-ଟାଇମ୍ ଆଇ ଅଟୋ ଫୋକସ୍ ଭଳି ସୁବିଧା ରହିଛି। ଏହି କ୍ୟାମେରା ଜରିଆରେ ଯେକୌଣସି ପରିସ୍ଥିତିରେ ସୁଟିଂ କରିହେବ ବୋଲି କଂପାନି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର