ଅନୁଗୁଳରେ ସୋନିର ନୂଆ ସୋ’ରୁମ୍‌

ଭୁବନେଶ୍ବର: ଅନୁଗୁଳର ଶଙ୍କର ସିନେମା ରୋଡ୍‌ରେ ସୋନିର ନୂଆ ସୋ’ରୁମ୍ ଉଦ୍‌ଘାଟିତ ହୋଇଯାଇଛି। ଏଠାରେ ଗ୍ରାହକମାନେ ସୋନିର ଟିଭି, ପାର୍ଟି ସ୍ପିକର, ଅଡିଓ, ଡିଆଇ, ପ୍ଲେଷ୍ଟେସନ, ଏମ୍‌ଡିଆର୍‌ ଇତ୍ୟାଦିର ପୂର୍ଣ୍ଣ ବର୍ଗମାଳା ପାଇବେ। ଗ୍ରାହକମାନେ ବିଭିନ୍ନ ଉତ୍ପାଦର ଲାଇଭ୍ ଡେମୋ ଦେଖିପାରିବେ। ସୋ’ରୁମ୍ ପକ୍ଷରୁ ଗ୍ରାହକଙ୍କ ପାଇଁ ବିଶେଷ ସ୍କିମ୍ ମଧ୍ୟ ଘୋଷଣା କରାଯାଇଛି। ସହଜ ଫାଇନାନ୍ସ ସ୍କିମ୍ ଜରିଆରେ ମଧ୍ୟ ଗ୍ରାହକମାନେ ସୋନିର ଉତ୍ପାଦ କିଣିପାରିବେ। ଷ୍ଟୋର୍‌ର ଉଦ୍‌ଘାଟନ ଅବସରରେ ‌ସୋନି ତରଫରୁ ସୁଧୀର ପଣ୍ଡା ଓ ମାର୍କେଟିଂ ମୁଖ୍ୟ ବିଶ୍ବ ରଞ୍ଜନ ମହାନ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର