‘ସାଟୋର ଅଭିନବ ଶୌଚାଳୟ

ଭୁବନେଶ୍ୱର: ଲିକ୍ସିଲ୍‌ କର୍ପୋରେସନ୍‌ର ଏକ ଅଂଶ ସାଟୋ ପକ୍ଷରୁ ଓଡ଼ିଶା ପାଇଁ ଅଭିନବ ଶୌଚାଳୟ ଉତ୍ପାଦକୁ ଉନ୍ମୋଚନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ସାଟୋ ଉତ୍ପାଦଗୁଡ଼ିକ ପୁରୀ, ଖୋର୍ଦ୍ଧା, କଟକ ଏବଂ ଜଗତସିଂହପୁରରେ ଉପଲବ୍ଧ ହେବ। ଆଗାମୀ କିଛି ମାସ ଭିତରେ ତାହା ସାରା ଓଡ଼ିଶାରେ ଉପଲବ୍ଧ ହେବ। ସାଟୋ ଏହାର ଉତ୍ପାଦଗୁଡ଼ିକୁ ଗ୍ରାମାଞ୍ଚଳ ଏବଂ ସହରାଂଚଳର ଯେଉଁ ଲୋକମାନେ ଉନ୍ନତ ପରିମଳ ସୁବିଧା ପାଉନାହାନ୍ତି ସେମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି। ଓଡ଼ିଶାରେ ସାଟୋ ଉତ୍ପାଦ ଉପଲବ୍ଧ କରାଇ ଆମେ ବହୁତ ଖୁସି ବୋଲି କଂପାନିର ଦକ୍ଷିଣ ଏସିଆ ଅଂଚଳ ବ୍ୟବସାୟ ମୁଖ୍ୟ ଦୀପକ ମିତ୍ର କହିଛନ୍ତି। ୨୦୧୪ ଅକ୍ଟୋବର ପରଠାରୁ ରାଜ୍ୟରେ ଶୌଚାଳୟ ନିର୍ମାଣ ପାଂଚ ଗୁଣା ବଢ଼ିଛି। ଏହା ସତ୍ୱେ ବହୁତ ଲୋକଙ୍କ ପାଖରେ ତାହା ପହଂଚିପାରିନାହିଁ। ସାଟୋ ରାଜ୍ୟର ଲୋକମାନଙ୍କୁ ଅଭିନବ ଉତ୍ପାଦ ସୁଲଭ ମୂଲ୍ୟରେ ଯୋଗାଇ ଦେଉଛି। ସାରା ବିଶ୍ୱରେ ୨୦୨୦ ସୁଦ୍ଧା ୧୦ କୋଟି ଲୋକଙ୍କୁ ପରିମଳ ସୁବିଧା ପ୍ରଦାନ କରିବାକୁ ଲିକ୍ସିଲ୍‌ ଲକ୍ଷ୍ୟ ରଖିଛି।

ସମ୍ବନ୍ଧିତ ଖବର