ଏସ୍‌ପ୍ଲାନେଡ୍ ୱାନ୍‌ ମଲ୍‌ରେ ‘ସାଉଣ୍ଡ୍‌ ଅଫ୍‌ ହାପିନେସ୍‌’

ଭୁବନେଶ୍ବର: ଦୀପାବଳିକୁ ନେଇ‌ ଲୋକମାନଙ୍କ ମନରେ ଉତ୍ସାହ ରହିଥିବା ବେଳେ ରସୁଲଗଡ଼ ସ୍ଥିତ ଏସ୍‌ପ୍ଲାନେଡ୍ ୱାନ୍ ମଲ୍ ପକ୍ଷରୁ ସାଉଣ୍ଡ୍ ଅଫ୍ ହାପିନେସ୍‌ ଅଭିଯାନ ବିଷୟରେ ଘୋଷଣା କରାଯାଇଛି। କୋଭିଡ୍ ମହାମାରୀ ଦ୍ବାରା ପ୍ରଭାବିତ ହୋଇଥିବା ଲୋକମାନଙ୍କୁ ସାହାଯ୍ୟ କରିବା ଲାଗି ଏକ ଅଭିନବ ପରିକଳ୍ପନା ପ୍ରସ୍ତୁତ କରାଯାଇଛି। ମଲ୍ ମଧ୍ୟରେ ଏକ ବୃହତ ଘଣ୍ଟିର ପ୍ରତିକୃତି ପ୍ରସ୍ତୁତ କରାଯାଇଛି। ଆଗନ୍ତୁକମାନେ କିଛି ଆର୍ଥିକ ଯୋଗଦାନ ଦେଇ ସେଥିରେ ଛୋଟ ଛୋଟ ଘଣ୍ଟି ବାନ୍ଧୁଛନ୍ତି। ଏହି ଅଭିଯାନ ଡିସେମ୍ବର ଶେଷ ପର୍ଯ୍ୟନ୍ତ ଚାଲିବ ବୋଲି ମଲ୍‌ର ମାର୍କେଟିଂ ମୁଖ୍ୟ ତିଲକ୍ ଦାସ କହିଛନ୍ତି। ସେ କହିଛନ୍ତି ଯେ ଏହି ଅଭିଯାନ ଜରିଆରେ ଯେଉଁ ପାଣ୍ଠି ସଂଗ୍ରହ ହେବ ତାହାକୁ କୋଭିଡ୍‌ ଦ୍ବାରା ପ୍ରଭାବିତ ଲୋକଙ୍କ ପାଇଁ ବ୍ୟବହାର କରାଯିବ। ସେଥିପାଇଁ ମଲ୍‌ କର୍ତ୍ତୃପକ୍ଷ ଆରିନ୍ ଫାଉଣ୍ଡେସନ ନାମକ ଏକ ଏନ୍‌ଜିଓ ସହିତ ସହଭାଗିତା ସ୍ଥାପନ କରିଛନ୍ତି। ଭୁବନେଶ୍ବରରେ ଏକ କାର୍ଯ୍ୟକ୍ରମ ଆୟୋଜନ କରି ଏହି ପାଣ୍ଠିକୁ କୋଭିଡ୍ ପ୍ରଭାବିତଙ୍କ କଲ୍ୟାଣ ଦିଗରେ ବ୍ୟବହାର କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର