ଏବେ ଜିଓ ସିନେମାରେ ଉପଲବ୍ଧ ହେବ ସୁପରହିଟ୍ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର

ଭୁବନେଶ୍ୱର/ମୁମ୍ବାଇ: କୋଟି କୋଟି ଜିଓ ଉପଭୋକ୍ତା ତଥା ବିଶେଷ ଭାବେ ଦକ୍ଷିଣ ଭାରତୀୟ ଫିଲ୍ମ ପ୍ରେମୀମାନଙ୍କ ପାଇଁ ତତ୍କାଳ ଭିଡିଓ ପ୍ଲାଟ୍‌ଫର୍ମ ଜିଓ ସିନେମା ଏବେ ଏକ ଚମତ୍କାର ସୁଯୋଗ ଆଣି ଦେଇଛି ।

ସନ୍‌ ଟିଭି ନେଟ୍‌ୱର୍କର ଅନ୍‌ଲାଇନ୍‌ ଭିଡିଓ ଷ୍ଟ୍ରିମିଂ ପ୍ଲାଟ୍‌ଫର୍ମ ସନ୍‌-ନେକ୍ସଟ୍‌ ସହଭାଗିତାରେ ଜିଓ ସିନେମା ଦେଶବ୍ୟାପୀ ଜିଓ ଉପଭୋକ୍ତାମାନଙ୍କ ପାଇଁ ଦକ୍ଷିଣ ଭାରତୀୟ ଫିଲ୍ମ କ୍ୟାଟ୍‌ଲଗ୍‌ରୁ ଶ୍ରେଷ୍ଠ ଫିଲ୍ମ ସମ୍ଭାର ଉପଲବ୍ଧ କରାଇବ । ଦକ୍ଷିଣ ଭାରତୀୟ ପ୍ରମୁଖ ୪ଟି ଭାଷା ତାମିଲ, ତେଲଗୁ, କନ୍ନଡ଼ ଏବଂ ମାଲାୟାଲମ୍‌ ଭାଷାରେ ସନ୍‌-ନେକ୍ସଟ୍‌ରେ ଉପଲବ୍ଧ ସମସ୍ତ ଫିଲ୍ମ ଜିଓ ସିନେମାରେ ଉପଲବ୍ଧ ହେବ । ଦକ୍ଷିଣ ଭାରତୀୟ ସିନେମା ପ୍ରଶଂସକମାନେ ସନ୍‌-ନେକ୍ସଟ୍‌ ଲାଇବ୍ରେରିରେ ରହିଥିବା ୪,୦୦୦ରୁ ଊର୍ଦ୍ଧ୍ବ ଲୋକପ୍ରିୟ ଦକ୍ଷିଣ ଭାରତୀୟ ଫିଲ୍ମ କ୍ୟାଟ୍‌ଲଗ୍‌ରୁ ସିନେମାର ମଜା ନେଇପାରିବେ ।

Image result for south stars"
nowboxoffice.com

ଏବେ ଜିଓ ସିନେମାର ‘ସୁପର ସାଉଥ୍‌ ସ୍ୱାଗ୍‌’ ଜରିଆରେ ଜିଓ ଉପଭୋକ୍ତାମାନେ ସେମାନଙ୍କ ମନ ପସନ୍ଦର ଫିଲ୍ମ ଷ୍ଟାର୍‌ ଥଲାଇଭର୍‌ ରଜନୀକାନ୍ତ, ଇଲାୟାଥଲ୍‌ପଥୀ ବିଜୟ, ଆଲ୍ଲୁ ଅର୍ଜୁନ, ଥାଲା ଅଜିତ କୁମାର, ମାମ୍ମୁଟି, ମହେଶ ବାବୁ ଏବଂ ଆହୁରି ଅନେକଙ୍କ ଅଭିନୀତ ଲୋକପ୍ରିୟ ସାଉଥ୍‌ ସିନେମା ସମ୍ଭାର ଉପଭୋଗ କରିପାରିବେ । ମୋବାଇଲ୍‌ ଆପ୍‌ ଅଥବା ୱେବ୍‌ସାଇଟ୍‌ରେ ଟଲିଉଡ୍‌, କଲିଉଡ୍‌, ସାଣ୍ଡାଲ୍‌ଉଡ୍‌ ଏବଂ ମଲ୍ଲିଉଡ୍‌ରୁ ଦକ୍ଷିଣ ଭାରତୀୟ ଫିଲ୍ମ ଷ୍ଟାର୍‌ମାନଙ୍କ ଅନନ୍ୟ କ୍ୟାଟ୍‌ଲଗ୍‌ରୁ ଏସବୁ ଫିଲ୍ମ ଉପଭୋଗ କରିହେବ ।

୧୦,୦୦୦ରୁ ଅଧିକ ଫିଲ୍ମ, ୧ ଲକ୍ଷରୁ ଅଧିକ ଟିଭି ଶୋ’ ଏବଂ ମୂଳ ଭିଡିଓ (ଅରିଜିନାଲ୍‌ସ୍‌) ସମେତ ବ୍ୟାପକ ସମ୍ଭାର ଜିଓ ସିନେମାରେ ଉପଲବ୍ଧ ହେଉଛି । ଏଥିସହ ଏବେ ସନ୍‌-ନେକ୍ସଟ୍‌ର ମୁଭି କ୍ୟାଟ୍‌ଲଗ୍‌ ଯୋଡ଼ିହେବା ସହିତ ଏହା ବ୍ୟବହାରକାରୀ ତଥା ଉପଭୋକ୍ତାମାନଙ୍କ ପାଇଁ ଦକ୍ଷିଣ ଭାରତୀୟ ବ୍ଲକବ୍ଲଷ୍ଟର ଫିଲ୍ମଗୁଡ଼ିକ ଦେଖିବା ନିମନ୍ତେ ପ୍ରଥମ ପସନ୍ଦ ଓ ଶ୍ରେଷ୍ଠ ମନୋରଞ୍ଜନ ମାଧ୍ୟମ ହୋଇପାରିଛି ।

ସମ୍ବନ୍ଧିତ ଖବର