ଅଗଷ୍ଟ ୧୫ରୁ ଖତ ଖାଇବ ୨୦ହଜାର ବିଏମ୍‌ଡବ୍ଲ୍ୟୁ, କାରଣ ଜାଣନ୍ତୁ

ସୋଲ: ବିଏମ୍‌ଡବ୍ଲ୍ୟୁ ଗାଡ଼ିରେ ନିଆଁ ଲାଗିବାର ଅନେକ ଘଟଣା ସାମ୍ନାକୁ ଆସିବା ପରେ ଦକ୍ଷିଣ କୋରିଆରେ କାଲିଠାରୁ ଅର୍ଥାତ୍‌ ଅଗଷ୍ଟ ୧୫ରୁ ବିଏମ୍‌ଡବ୍ଲ୍ୟୁ କାର ଉପରେ ପ୍ରତିବନ୍ଧ ଲାଗିବ। ଯେଉଁ କାରଗୁଡ଼ିକର ସୁରକ୍ଷା ଯାଞ୍ଚ କରାଯାଇନାହିଁ ସେହି କାରଗୁଡ଼ିକ ଉପରେ କାଲିଠାରୁ ପ୍ରତିବନ୍ଧ ଲଗାଯାଇଛି।  ଏହି କାରଗୁଡ଼ିକରେ ତ୍ରୁଟିପୂର୍ଣ୍ଣ ଗ୍ୟାସ ନିକାସ ଉପକରଣ ହେବା ନେଇ ଅଭିଯୋଗ ପରେ କମ୍ପାନି ଏହାକୁ ଫେରସ୍ତ କରିବା ପାଇଁ କହିଛି।

ଦକ୍ଷିଣ କୋରିଆର ପରିବହନ ମନ୍ତ୍ରାଳୟ କହିଛି, ବିଏମ୍‌ଡବ୍ଲ୍ୟୁ କାର ଉପରେ ଏହି ପ୍ରତିବନ୍ଧ କାଲିଠାରୁ ଲାଗୁ ହେବ। ଫଳରେ ୨୦,୦୦୦ ବାହାନ ପ୍ରଭାବିତ ହେବ।

ଉଲ୍ଲେଖନୀୟ କି, ବିଏମ୍‌ଡବ୍ଲ୍ୟୁର ପାଖାପାଖି ୪୦ଟି କାରରେ ନିଆଁ ଲାଗିବାର ଘଟଣା ସାମ୍ନାକୁ ଆସିଥିଲା। ଗତ ମାସରେ ବିଏମ୍‌ଡବ୍ଲ୍ୟୁ ୪୨ଟି ଭିନ୍ନ ଭିନ୍ନ ମଡେଲର ପାଖାପାଖି ୧,୦୬,୦୦୦ କାରକୁ ଫେରସ୍ତ ମାଗିଥିଲା କମ୍ପାନି।  ପରିବହନ ମନ୍ତ୍ରାଳୟ ଅନୁସାରେ, ଗତକାଲି ପର୍ଯ୍ୟନ୍ତ ୨୭,୦୦୦ କାରର ସୁରକ୍ଷା ଯାଞ୍ଚ ହୋଇଛି।

ସମ୍ବନ୍ଧିତ ଖବର