ପରଲୋକରେ ଦକ୍ଷିଣ କୋରିଆର ସବୁଠୁ ଧନୀବ୍ୟକ୍ତି ‘ସାମ୍‌ସଙ୍ଗ୍’ ଅଧ୍ୟକ୍ଷ ଲି କୁନ୍-ହି; ଛାଡ଼ିଯାଇଛନ୍ତି ୨୧ ବିଲିୟନ୍ ଡଲାର୍‌ର ସାମ୍ରାଜ୍ୟ

ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ସବୁଠୁ ଧନୀବ୍ୟକ୍ତି ଏବଂ ‘ସାମ୍‌ସଙ୍ଗ୍‌ ଇଲେକ୍ଟ୍ରୋନିକ୍ସ କୋ’ର ଅଧ୍ୟକ୍ଷ ଲି କୁନ୍-ହି’ଙ୍କର ରବିବାର ଦିନ ୭୮ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି।

ଫୋର୍ବସ୍‌ ଆକଳନ ଅନୁସାରେ, ପୁଅ ଲି ଜୈ-ୟୋଙ୍ଗ୍ ଏବଂ ଝିଅ ଲି ବୁ-ଜିନ୍ ଓ ଲି ସିଓ-ହ୍ୟୁନ୍‌ଙ୍କ ପାଇଁ ଲି କୁନ୍-ହି ୨୦.୯ ବିଲିୟନ୍ ଡଲାର୍‌ର ସାମ୍ରାଜ୍ୟ ଛାଡ଼ି ଯାଇଛନ୍ତି।

ଶୁକ୍ରବାର କ୍ଲୋଜିଙ୍ଗ୍ ପ୍ରାଇସ୍‌ ଅନୁସାରେ, ତାଲିକାଭୁକ୍ତ ଚାରିଟି ‘ସାମ୍‌ସଙ୍ଗ୍‌ କମ୍ପାନି’ରେ ଲି କୁନ୍-ହିଙ୍କର ୧୬.୧ ବିଲିୟନ୍ ଡଲାର୍‌ ଅଂଶଧନ ଥିଲା। ଏହି କମ୍ପାନିଗୁଡ଼ିକ ମଧ୍ୟରେ ରହିଛି ‘ସାମ୍‌ସଙ୍ଗ୍‌ ଲାଇଫ୍ ଇନ୍‌ସିଓରାନ୍ସ’, ‘ସାମ୍‌ସଙ୍ଗ୍‌ ସି ଆଣ୍ଡ୍‌ ଟି’ ଓ ‘ସାମ୍‌ସଙ୍ଗ୍‌ ଏସ୍‌ଡିଏସ୍’। ‘ସାମ୍‌ସଙ୍ଗ୍‌ ଇଲେକ୍ଟ୍ରୋନିକ୍ସ୍‌’ରେ ‌କୋରୀୟ ମୁଦ୍ରା ‘ଓନ୍’ ହିସାବରେ ୧୫ ଟ୍ରିଲିୟନ୍ ମୂଲ୍ୟର ୪.୧୮%  ସାଧାରଣ ଅଂଶଧନ ଏବଂ ୦.୦୮% ‘ପ୍ରିଫରେନ୍ସ ସେୟାର୍‌’ର ଅଧିକାରୀ ଥିଲେ।

Image Courtesy of Africa China Economy

ତାଙ୍କର ବାସ୍ତବ ଉତ୍ତରାଧିକାରୀ ଲି ଜୈ-ୟୋଙ୍ଗ୍‌ଙ୍କର ଛଅଟି ‘ସାମ୍‌ସଙ୍ଗ୍ ଗ୍ରୁପ୍‌’ର ୭.୨ ଟ୍ରିଲିୟନ୍ ‘ଓନ୍’ (କୋରୀୟ ମୁଦ୍ରା) ମୂଲ୍ୟର ଅଂଶଧନ ରହିଛି। ‘ଫୋର୍ବସ୍‌’ ଆକଳନ ଅନୁସାରେ ଲି ଜୈ-ୟୋଙ୍ଗ୍ ସମ୍ପତ୍ତିର ମୂଲ୍ୟ ୬.୯ ବିଲିୟନ୍ ଡଲାର।

ସେହିଭଳି ଲି କୁନ୍-ହିଙ୍କ ଝିଅ ଝିଅ ଲି ବୁ-ଜିନ୍ ଓ ଲି ସିଓ-ହ୍ୟୁନ୍‌ଙ୍କ ସମ୍ପତ୍ତିର ମୂଲ୍ୟ ଯଥାକ୍ରମେ ୧.୬ ବିଲିୟନ୍ ଡଲାର୍‌ ଓ ୧.୫ ବିଲିୟନ୍ ଡଲାର। ଲି ବୁ-ଜିନ୍ ‘ହୋଟେଲ୍‌ ଶିଲ୍ଲା’ର ଅଧ୍ୟକ୍ଷ ମୁଖ୍ୟ କାର୍ଯ୍ୟନିର୍ବାହୀ ଥିବା ବେଳେ ଲି ସିଓ-ହ୍ୟୁନ୍‌ ‘ସାମ୍‌ସଙ୍ଗ୍‌ ୱେଲ୍‌ଫେୟାର୍‌ ଫାଉଣ୍ଡେସନ୍‌’ର ତତ୍ତ୍ବାବଧାନ କରନ୍ତି।

ସମ୍ବନ୍ଧିତ ଖବର