ନୂଆଦିଲ୍ଲୀ: ଯଦି ଆପଣ ୧୦ମ ଶ୍ରେଣୀ ପାସ୍‌ କରିଛନ୍ତି ଓ ସରକାର ଚାକିରି କରିବାର ଇଚ୍ଛା ରଖିଛନ୍ତି, ଆପଣଙ୍କ ଏହି ଇଚ୍ଛାକୁ ଦକ୍ଷିଣ ରେବଳାଇ ପୂରଣ କରିବାକୁ ଯାଉଛି। ଦକ୍ଷିଣ ରେଳବାଇ ଖାଲି ଥିବା ୮୫୩ପଦର ପୂରଣ ପାଇଁ ୧୦ମ ଶ୍ରେଣୀ ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଚାକିରି ବିଜ୍ଞପ୍ତି ଜାରି କରିଛି। ଦକ୍ଷିଣ ରେଳବାଇରେ ଚାକିରି ପାଇବା ପାଇଁ ଆବେଦକଙ୍କୁ ଚଳିତ ବର୍ଷ ଜାନୁଆରି ୧୩ ତାରିଖ ଭିତରେ ଆବେଦନ କରିବାକୁ ହେବ। ଏହି ଚାକରି ପାଇଁ ଆବେଦନ କରୁଥିବା ଆବେଦକଙ୍କ ଚୟନ ମେରିଟ ଲିଷ୍ଟ ଆଧାରରେ ହେବ।

Advertisment

publive-image

ଦକ୍ଷିଣ ରେଳବାଇରେ ଚାକିରି ପାଇଁ ଆବେଦନ କରୁଥିବା ଆବେଦକଙ୍କୁ ୧୦ମ ପାସ୍‌ କରିଥିବା ଅନିବାର୍ଯ୍ୟ। ଏତଦ୍‌ ବ୍ୟତୀତ ଆଇଟିଆଇ ପାଠ୍ୟକ୍ରମ ତଥା ଭୌତିକ ରାସାୟନିକ ବିଜ୍ଞାନ ଓ ଜୀବ ବିଜ୍ଞାନ ସହିତ ଦ୍ୱାଦଶ ଶ୍ରେଣୀ ପାସ୍‌ କରିଥିବା ପ୍ରାର୍ଥୀ ବି ଏହି ପଦ ପାଇଁ ଆବେଦନ କରି ପାରିବେ।

publive-image

ରେଳବାଇ ଆବେଦକଙ୍କ ସର୍ବନିମ୍ନ ବୟସ ସୀମା ୧୫ ଓ ସର୍ବାଧିକ ବୟସ ୨୪ ବର୍ଷ ଧାର୍ଯ୍ୟ କରିଛି। ଏତଦ୍‌ ବ୍ୟତୀତ ଯେଉଁମାନେ ଫ୍ରେସର ସୋମାନଙ୍କ ବୟସ ୨୨ବର୍ଷ ନିର୍ଦ୍ଧାରିତ କରାଯାଇଛି। ଯଦି ଆପଣ ଏହି ଚାକିରି ପାଇଁ ଅନ୍‌ଲାଇନ୍‌ ଆବେଦନ କରିବାକୁ ଚାହାନ୍ତି ତେବେ ରେଳବାଇ ଆବେଦନ କରିବାର ଶେଷ ତାରିଖ ଜାନୁଆରି ୧୩ ତାରିଖ ରଖିଛି। www.rrcmas.in େଓ୍ଵବସାଇଟ୍‌ରେ ଲଗ୍‌ଇନ୍‌ କରି ଆବେଦନକାରୀ ଅନ୍‌ଲାଇନ୍‌ ଆବେଦନ କରି ପାରିବେ।