ଭାରତର ଅଗ୍ରଣୀ ଦୂରସଂଚାର ପ୍ରଦାନକାରୀ କମ୍ପାନୀ ଆଇଡିଆ ସେଲ୍ୟୁଲାର ପକ୍ଷରୁ ଆଇଭୂମିଆଇ-୧ ଏବଂ ଆଇ-୧ଏସ ସ୍ମାର୍ଟଫୋନ କିଣିଲେ ଉପଭୋକ୍ତାଙ୍କୁ ଟ.୧୫୦୦ ଟଙ୍କାର କ୍ୟାସବ୍ୟାକ ଦିଆଯାଉଛି । ନୂତନ ଆଇଭୂମି ଆଇ-୧ ଏବଂ ଆଇ୧ଏସ ୪ଜି ସ୍ମାର୍ଟଫୋନର ମୂଲ୍ୟ ଯଥାକ୍ରମେ ଟ. ୫୯୯୯ ଏବଂ ଟ. ୭୪୯୯ ରହିଛି ଯାହାକି ଆଇଡିଆ ଗ୍ରାହକମାନଙ୍କ ପାଇଁ ୨ ବର୍ଷ ମଧ୍ୟରେ ଟ. ୪୪୯୯ ଏବଂ ଟ. ୫୯୯୯ରେ ଉପଲବ୍ଧ ହେବ । ଏହି ସ୍ୱତନ୍ତ୍ର ଅଫର ମାଧ୍ୟମରେ ଆଇଡିଆ ଗ୍ରାହକମାନେ ଫ୍ଲିଫ୍କାର୍ଟରେ ୧୦ ଜାନୁଆରୀ ୨୦୧୮ ଠାରୁ ଉପଲବ୍ଧ ହେଉଥିବା ନୂତନ ଆଇ ଭୂମି ସ୍ମାର୍ଟଫୋନ ରେ କ୍ରୟ ଦ୍ୱାରା ଟ.୧୫୦୦ ଯଥା ପ୍ରଥମ ୧୨ ମାସରେ ଟ.୩୦୦ ଏବଂ ଶେଷ ୧୨ ମାସରେ ଟ.୧୨୦୦ ଟଙ୍କାର କ୍ୟାସବ୍ୟାକ ଅଫର ପାଇବେ । ଏହି ଉପଲବ୍ଧ କ୍ୟାସବ୍ୟାକରେ ଆଇଡିଆ ଉପଭୋକ୍ତାମାନେ ପ୍ରଥମ ୧୨ ମାସ ମଧ୍ୟରେ ପ୍ରତ୍ୟେକ ମାସରେ ଟ.୧୯୯ ର ସର୍ବନିମ୍ନ ରିଚାର୍ଜ କରିବେ ଯାହାଦ୍ୱାରା ସମସ୍ତ ନେଟୱର୍କକୁ ମାଗଣା ଆଉଟଗୋଇଙ୍ଗ କଲ, ୨୮ ଜିବି ଡାଟା(ପ୍ରତିଦିନ ୧ଜିବି ଡାଟା), ଦିନ ପିଛା ୧୦୦ ଏସଏମଏସ, ୨୮ ଦିନର ମାଗଣା ଆଉଟଗୋଇଙ୍ଗ ଏବଂ ଇନକମିଂ ରୋମିଂ ଉପଲବ୍ଧ ହେବ । ପ୍ରଥମ ୧୨ ମାସରେ ମୋଟ ୨୫୦୦ ଟଙ୍କାର ରିଚାର୍ଜରେ ୩୦୦ ଟଙ୍କାର କ୍ୟାସବ୍ୟାକ ପ୍ରଦାନ କରାଯିବ । ଏହି ପରିପ୍ରେକ୍ଷୀରେ ଆଇଡିଆ ସେଲ୍ୟୁଲାରର ମୁଖ୍ୟ ବିପଣନ ଅଧିକାରୀ ଶଶି ଶଙ୍କର କହିଛନ୍ତି ଯେ, ‘ବ୍ୟୟସାପେକ୍ଷ ମୂଲ୍ୟରେ ଉଚ୍ଚ ଗୁଣବତ୍ତାର ସ୍ମାର୍ଟଫୋନର ଉପଲବ୍ଧିତା ଭାରତରେ ୪ଜିକୁ ଆଗକୁ ନେବାରେ ଏକ ମୁଖ୍ୟ ବୈଶିଷ୍ଟ୍ୟ । ଆମେ ସ୍ମାର୍ଟଫୋନର ମୂଲ୍ୟ ହ୍ରାସ କରିବା ପାଇଁ ଅନ୍ୟ ନିର୍ମାତାମାନଙ୍କ ସହ ସହଭାଗିତା କରି ଭାରତର ଗ୍ରାହମାନଙ୍କୁ ୪ଜି ଅନୁଭୁତି ଯୋଗାଇ ପାରିଛୁ ।
ଆଇଭୂମି ସ୍ମାର୍ଟଫୋନ କିଣିଲେ ଆଇଡିଆ ଦେବ କ୍ୟାସବ୍ୟାକ
/sambad/media/post_attachments/wp-content/uploads/2018/01/ivoomi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)