ଭୁବନେଶ୍ୱର: ତନିସ୍କ ତରଫରୁ ଏହି ଦୀପାବଳିକୁ ଷ୍ଟାଇଲ୍ରେ ପାଳନ କରିବା ପାଇଁ ପ୍ରସ୍ତୁତି ହୋଇଯାଇଛି। ଉନ୍ମୋଚନ କରିଛି ‘ଉତ୍ସବ’-ଯାହା ହେଉଛି ଏକ ଉଲ୍ଲସିତ କରିବା ଭଳି ସମ୍ଭାର ଯାହା ଆମ ଦେଶର ଗଭୀର ସଂସ୍କୃତି ଓ ସୌନ୍ଦର୍ଯ୍ୟକୁ ପ୍ରଦର୍ଶନ କରୁଛି, ଉତ୍ସବ ଆଲୋକର ବାସ୍ତବ ସାରମର୍ମ ପ୍ରଦାନ କରୁଛି। ଏହାକୁ ପାଳନ କରିବା ପାଇଁ ତନିସ୍କ ଏତ ନୂତନ ସମ୍ଭାର ନେଇ ଆସିଛି ଯେଉଁଥିରେ ପାରମ୍ପରିକ ଓ ଆଧୁନିକ ସୌନ୍ଦର୍ଯ୍ୟର ସମିଶ୍ରଣ ରହିଛି। ଏହି ସମ୍ଭାରରେ ରହିଛି ଷ୍ଟେଟ୍ମେଣ୍ଟ ପିସ୍ ଯାହା ଏଜିନେସ୍ ଓ ଷ୍ଟାଇଲ୍ ସହିତ ଉତ୍କୃଷ୍ଟ କାରିଗରୀ ଆଣିଦେଇଛି। ଏହି ସମ୍ଭାର ଗର୍ବର ସହିତ ଗହଣା ଓ ଷ୍ଟାଇଲ୍ର ଦୃଢ଼ ପାର୍ଶ୍ୱକୁ ପ୍ରଦର୍ଶନ କରୁଛି ଯାହା ଆମର ସମୃଦ୍ଧ ଐତିହ୍ୟକୁ ଆଧୁନିକତା ପ୍ରଦାନ କରୁଛି ଏବଂ ଭାରତର ପଶ୍ଚିମ ଓ ଦକ୍ଷିଣ ପାର୍ଶ୍ୱର କାରିଗରିକୁ ଦର୍ଶାଉଛି। ଏହା ହେଉଛି ଆଧୁନିକ ପ୍ରଭାବ ଓ ପାରମ୍ପରିକ ସଂସ୍କୃତି ମିଶ୍ରଣ ଯାହା ଷ୍ଟେଟ୍ମେଣ୍ଟ ଓ ଉପଯୋଗୀ ହୋଇପାରିବ ଯାହା ପିଢ଼ି ପିଢ଼ି ପର୍ଯ୍ୟନ୍ତ ଚାଲିବ ଓ କେବେବି ଷ୍ଟାଇଲ୍ ଠାରୁ ଦୂରେଇ ଯିବ ନାହିଁ। ପାରମ୍ଭିକ ମୂଲ୍ୟ ୩୦ ହଜାର ଟଙ୍କାରୁ ଆରମ୍ଭ ହୋଇଥିବା ଉତ୍ସବ ସମ୍ଭାର ଏବେ ଭାରତରେ ଥିବା ୨୬୭ ଟି ତନିସ୍କ ଷ୍ଟୋର୍ରେ ଉପଲବ୍ଧ ।