ନୂଆଦିଲ୍ଳୀ: ଆଜିକାଲି ସମସ୍ତେ ସ୍ମାର୍ଟଫୋନ୍‌ ପଛରେ ବାୟା। ତେବେ ସ୍ମାର୍ଟଫୋନ୍‌ ଗ୍ରାହକ ସାଧାରଣ ମୂଲ୍ୟରେ ଫୋନ୍‌ କିଣି ସମସ୍ତ ପ୍ରକାର ସୁବିଧା ପାଇବାକୁ ଚାହାନ୍ତି। ଯେମିତି କି, ଫୋନରେ ଆଣ୍ଟି-ଥେପ୍ଟ ଫିଚର, ସ୍କ୍ରାଚ୍‌ ଫ୍ରି କଭର, ଦମଦାର ଅଡିଓ ଏବଂ ଉତ୍କୃଷ୍ଟ ଧରଣର ବ୍ୟାଟେରୀ ଭଳି ସୁବିଧାମାନ । ତେବେ ଭାରତୀୟ ଗ୍ରାହକଙ୍କ ଆବଶ୍ୟକତା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି କୋମିଓ ଇଣ୍ଡିଆ ଲଞ୍ଚ କରିଛି କୋମିଓ ସିଟୁ ।

କୋମିଓ ସିଟୁର ସ୍ୱତନ୍ତ୍ରତା ଏବଂ ଦାମ

Advertisment

publive-imageକୋମିଓ ସିଟୁ ଫୋନରେ ୫ ଇଞ୍ଚର ଏଚଡି ଡିସପ୍ଲେ ଦିଆଯାଇଛି । ଯାହାର ରିଜଲ୍ୟୁସନ ୭୨୦ ସହ ୧୨୮ ପିକ୍ସଲ ରହିଛି । ଫୋନରେ ମିଡିୟାକ୍ସୋର ଏମଟିକେ ୬୭୩୭ କ୍ୱାଡକୋର ପ୍ରୋସେସର, ଆଣ୍ଡ୍ରଏଡ ନ୍ୟୁଗଟ ୭.୦, ୨ଜିବିର ର‍୍ୟାମ ଏବଂ ୧୬ ଜିବିର ଷ୍ଟୋରେଜ ଦିଆଯାଇଛି । ଯାହାକୁ ମେମୋରୀ କାର୍ଡ ଜରିଆରେ ୧୨୮ ଜିବି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଯଦି ଫୋନର କ୍ୟାମେରାରେ ଏଲଇଡି ଫ୍ଲାକ୍ସ ଲାଇଟ୍‌ ସହିତ ୮ ମେଗାପିକ୍ସଲର ଅଟୋଫୋକସ ରିୟଲ କ୍ୟାମେରା ଏବଂ ସେଲ୍‌ଫି ପାଇଁ ମଧ୍ୟ ୮ ମେଗାପିକ୍ସଲ କ୍ୟାମେରା ଦିଆଯାଇଛି ।ସେହିପରି ଫ୍ରଣ୍ଟ କ୍ୟାମେରା ସହିତ ଫ୍ଲାକ୍ସ ଲାଇଟ୍‌ ଏବଂ ବ୍ୟୁଟି ମୋଡ୍‌ ବି ଦିଆଯାଇଛିା

ଏହାବ୍ୟତୀତ, ଫୋନରେ ଡୁଆଲ ସିମ ସପୋର୍ଟ, ତିନୋଟି ସ୍ଲର୍ଟ (୨ ସିମ, ୧ ମେମୋରୀ କାର୍ଡ), ୪୦୦୦ ଏମଏଏଚର ଦମଦାର ବ୍ୟାଟେରୀ, କନେକ୍ଟିିଭିଟି ପାଇଁ ୪ଜି ଭୋଲଟି, ସପୋର୍ଟ , ୱାଇ-ଫାଇ, ବ୍ଲୁଟୁଥ ଏବଂ ଜିପିଏସ ଭଳି ଫିଚର ରହିଛି । ଏହି ଫୋନ ରୟାଲ ବ୍ଲୁ ଏବଂ ରୟାଲ ବ୍ଲାକ କଲରରେ ଉପଲବ୍ଧ ହେବ। କୋମିଓ ସିଟୁରେ ସ୍କ୍ରାଚ ଫ୍ରି ବ୍ୟାକ୍‌ କଭର ସହିତ ଇଂଟୁଡର ସେଲ୍‌ଫି, ଆଂଟିଭାଇରସ ଏବଂ ଆଂଟି ଥେପ୍ଟ ମଧ୍ୟ ରହିଛି। ଫୋନ ସହିତ ଇୟରଫୋନ ଏବଂ ସ୍ମାର୍ଟଫୋନ ପ୍ରୋଟେକସନ ମଧ୍ୟ ଉପଲବ୍ଧ । ତେବେ ଏହି ଫୋନର ମୂଲ୍ୟ ମାତ୍ର ୭, ୧୯୯ ଟଙ୍କା ରହିଛି।

publive-image   ଏହି ଫୋନର ସବୁଠାରୁ ଖାସ୍‌ ଫିଚର ହେଉଛି ଆଂଟି-ଥେପ୍ଟ । ଏହି ଫିଚର ଦ୍ୱାରା ୟୁଜର୍ସଙ୍କୁ ବହୁତ ଲାଭ ମିଳିପାରେ। ଏହି ଫିଚର ଫୋନ ଚୋରୀ ହୋଇଗଲେ କିମ୍ବା ଅନ୍ୟ ୟୁଜର ଦ୍ୱାରା ଲକ୍‌ ଖୋଲିବା ପରିସ୍ଥିତିରେ ରେଜିଷ୍ଟର ହୋଇଥିବା ମୋବାଇଲ ନମ୍ବରରେ ଏକ ନୋଟିଫିକେସନ ପଠାଇଥାଏ । ଏହାବ୍ୟତୀତ, ଏହି ଫିଚର ଜରିଆରେ ଫୋନ ଲକ୍‌ ଖୋଲୁଥିବା ବ୍ୟକ୍ତିବିଶେଷଙ୍କର ଫଟୋ କ୍ଲିକ୍‌ ମଧ୍ୟ ହୋଇଯାଇଥାଏ । ଯାହାଦ୍ୱାରା ଆପଣ ସହଜ ଜାଣିପାରିବେ କି ଆପଣଙ୍କର ମୋବାଇଲକୁ ଅନ୍ୟ କେହି ବ୍ୟକ୍ତି ଅପରେଟ୍‌ କରୁଛନ୍ତି କିମ୍ବା ଚୋରୀ କରିବାକୁ ଚେଷ୍ଟା କରୁଛି । ସେହିପରି ଫୋନରେ କଲ୍‌ ଲଗ୍‌ସ, ମେସେଜ, କ୍ୟାଲେଣ୍ଡର ଏବଂ କଂଟାକ୍ଟର ବ୍ୟାକଅପ ନେବା ଭଳି ଫିଚର ମଧ୍ୟ ରହିଛି ।