ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ଦୃଷ୍ଟିହୀନ ଗ୍ରାହକଙ୍କ ପାଇଁ ସୋମବାର ଏକ ଡେବିଟ୍ କାର୍ଡ ପିଏନବି ଇଣ୍ଟ-ଦୃଷ୍ଟି ବ୍ରେଲ୍ ଡେବିଟ୍ କାର୍ଡ ଲଞ୍ଚ କରିଛି। ଏହି କାର୍ଡର ଭିନ୍ନ ଗଠନ ଓ ରଙ୍ଗ ଯୋଗୁଁ ଏହା ସହଜରେ ଚିହ୍ନଟ ହୋଇପାରିବ, ଯାହା ଦୃଷ୍ଟିହୀନ ଗ୍ରାହକଙ୍କ ପାଇଁ କାର୍ଡ ବିବରଣୀ ପଢିବା ସହଜ କରିଥାଏ । ଏହା ଏକ କଣ୍ଟାକ୍ଟଲେସ୍ ଏନସିଏମସି (ନ୍ୟାସନାଲ କମନ ମୋବିଲିଟି କାର୍ଡ) ଡେବିଟ୍ କାର୍ଡ । ଏହାଦ୍ୱାରା ଦୃଷ୍ଟିହୀନ ଗ୍ରାହକମାନେ ବହୁତ ପ୍ରକାରର ସୁବିଧା ପାଇପାରିବେ ।
ଏହି ଡେବିଟ୍ କାର୍ଡରେ ଚମକଦାର ସ୍ପଟ୍ ୟୁଭି ଲେମିନେସନ ଇଫେକ୍ଟ ରହିଛି, ଯେଉଁଥିରେ ବ୍ୟାଙ୍କର ଲୋଗୋରେ ଏମ୍ବୋସେଡ୍ ଟେକ୍ସଚର ଏବଂ କଣ୍ଟାକ୍ଟଲେସ୍ ଚିହ୍ନରେ ସିଲ୍କ ସ୍କ୍ରିନ୍ ରଫ୍ ସ୍ପଟ୍ ୟୁଭି ରହିଛି। ଏହାଦ୍ୱାରା ଦୃଷ୍ଟିହୀନ ଗ୍ରାହକମାନେ ସହଜରେ ବ୍ୟାଙ୍କର ଲୋଗୋ ଖୋଜି ପାରିବେ ଏବଂ କାର୍ଡର କଣ୍ଟାକ୍ଟଲେସ୍ ଚିହ୍ନ ପଢିପାରିବେ । ଏଭଳି ସ୍ଥିତିରେ ସେମାନଙ୍କ ପାଇଁ ଡେବିଟ୍ କାର୍ଡ ବ୍ୟବହାର କରିବା ସହଜ ହୋଇଯାଏ। ଏହି ଡେବିଟ୍ କାର୍ଡର ଭିନ୍ନ ରଙ୍ଗ ଯୋଗୁଁ ଏହା ସହଜରେ ଚିହ୍ନଟ ହୋଇପାରିବ, ଯାହା ଦୃଷ୍ଟିହୀନ ଗ୍ରାହକଙ୍କ ପାଇଁ କାର୍ଡ ବିବରଣୀ ପଢିବା ସହଜ କରିଥାଏ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/WhatsApp-Image-2024-08-12-at-17.48.38.jpeg)