ଭୁବନେଶ୍ୱର : ରୁପେ ଡେବିଟ୍ କାର୍ଡ ଓ କ୍ରେଡିଟ୍ କାର୍ଡ ଗ୍ରାହକମାନେ ଫ୍ୟୁଚର୍ ଗ୍ରୁପ୍ର ଖୁଚୁରା ଷ୍ଟୋର୍ ବିଗ୍ ବଜାର, ଫୁଡ୍ ବଜାର, ଇ-ଜୋନ୍ ଓ ଏଫ୍ବିବିରେ କିଣାକିଣି ବେଳେ ୧୦% ରିହାତି ପାଇପାରିବେ । ଏହି ଅଫର ୨୦୧୮ ମାର୍ଚ ୨୩ (ଶୁକ୍ରବାର)ଠାରୁ ଆରମ୍ଭ ହୋଇ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ଚାଲିବ ।
ଫ୍ୟୁଚର୍ ଗ୍ରୁପ୍ରେ ଚାଲିଥିବା ‘ଫ୍ରି ସପିଂ ୱିକେଣ୍ଡ୍’ ବାଦ ମଧ୍ୟ ଏହି ଅଫର ଲାଗୁ ହେବ। ଫ୍ରି ସପିଙ୍ଗ ୱିକେଣ୍ଡ୍ରେ ଦୁଇ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଖରିଦ ଉପରେ ଗ୍ରାହକମାନଙ୍କ ପାଇଁ ମାଗଣା ଗିଫ୍ଟ ଭାଉଚର୍ ଓ ଅନ୍ୟାନ୍ୟ ଉପହାର ଜିତିବାର ସୁଯୋଗ ରହିଛି। ତେଣୁ ରୁପେର ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ବ୍ୟବହାରକାରୀମାନେ ଏହି ଅବଧିରେ ସପିଙ୍ଗ କଲେ ସେସବୁ ସୁବିଧା ପାଇବା ସହିତ ୧୦% ରିହାତି ମଧ୍ୟ ପାଇପାରିବେ । ଗ୍ରାହକମାନେ ୧୫୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର ଖରିଦ ଉପରେ ରିହାତି ପାଇବେ। ରିହାତିର ସର୍ବାଧିକ ସୀମା ହେଉଛି ୨୫୦ ଟଙ୍କା । କୁନାଲ୍ କଲାୱଟିଆ, ଏସ୍ଭିପି-ମାର୍କେଟିଂ ଓ ବ୍ରାଣ୍ଡିଂ, ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍ପିସିଆଇ) କହିଛନ୍ତି ଯେ, ‘ଆମର ଗ୍ରାହକମାନଙ୍କ ପାଇଁ ଆମେ ରୁପେ କାର୍ଡର ମୂଲ୍ୟ ସବୁ ବେଳେ ବଢ଼ାଉଛୁ ଓ ଫ୍ୟୁଚର ରିଟେଲ୍ ସହ ସହଯୋଗିତା ସେ ଦିଗରେ ଆଉ ଏକ ପଦକ୍ଷେପ। ବିଗ୍ ବଜାର ସହିତ ଏହି ସହଯୋଗିତା ଉଭୟ ରୁପେ କାର୍ଡଧାରୀ ଓ ଫ୍ୟୁଚର୍ ରିଟେଲ୍ର ଗ୍ରାହକମାନଙ୍କୁ ଲାଭ ପ୍ରଦାନ କରିବ।’’