ଟୟୋଟା ଗାଡି ଉପରେ ସ୍ୱତନ୍ତ୍ର ରିହାତି ଘୋଷଣା କଲା କମ୍ପାନି

ନୂଆଦିଲ୍ଲୀ : ଟୟୋଟା କିଲୋସ୍କର ମୋଟର ପକ୍ଷରୁ  ଗ୍ରାହଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଡିସେମ୍ବର ଅଭିଯାନ ଆରମ୍ଭ କରାଯାଇଛି। ଏହି ଅବସରରେ କେତେକ ବଛାବଛା ମଡେଲ ଉପରେ ଗ୍ରାହକଙ୍କୁ ବିଶେଷ ରିହାତି ଦିଆଯିବ। ଏହି ସ୍ୱତନ୍ତ୍ର ସେଲସ୍‌ ଅଭିଯାନ ମାଧ୍ୟମରେ ଗ୍ରାହକ ବେଶ୍‌ ଉପକୃତ ହୋଇପାରିବେ ।

ଏହି ଅଭିଯାନରେ ଟୟୋଟା ପକ୍ଷରୁ ଗ୍ରାହକଙ୍କୁ ସ୍ୱତନ୍ତ୍ର ଅଫର ପ୍ରଦାନ କରାଯିବ। ୨୦୧୯ ମାର୍ଚ୍ଚରେ କମ୍ପାନୀ ନୂଆ ୟାରିସ୍‌ର ବଜାର ପ୍ରବେଶ କରାଇବ। ୟାରିସ୍‌ ଉପରେ ୧ ଲକ୍ଷ ଟଙ୍କା ମୂଲ୍ୟ ପର୍ଯ୍ୟନ୍ତ ଅନେକ ସୁବିଧା ସୁଯୋଗକୁ ଅନ୍ତର୍ଭୁକ୍ତ କରାଯିବ। ସେହିପରି କୋରଲା ଆଲଟିସ୍‌ ମଡେଲରେ ମଧ୍ୟ ୧ ଲକ୍ଷ ୧୦ ହଜାର ଟଙ୍କା ମୂଲ୍ୟର ବିଭିନ୍ନ ସୁବିଧା ସୁଯୋଗ ଉପଲବ୍ଧ ହେବ। ଫଚ୍ୟୁନରରେ ୪୫ ହଜାର ଟଙ୍କା, ଇଟିୟସ୍‌ରେ ୩୮ ହଜାର ଟଙ୍କା  ଏବଂ ଲିଭାରେ ୨୩ ହଜାର  ଟଙ୍କାର ସୁବିଧା ସୁଯୋଗକୁ ଅନ୍ତର୍ଭୁକ୍ତ କରାଯିବ। ଏହା ସହିତ ଟୟୋଟା ପକ୍ଷରୁ ସରକାରୀ ଏବଂ କର୍ପୋରେଟ୍‌ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ସୁଯୋଗକୁ ଅନ୍ତର୍ଭୁକ୍ତ କରାଯିବ। ଏହି ସୁବିଧା ଗ୍ରାହକ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ କରିପାରିବେ।

 

ସମ୍ବନ୍ଧିତ ଖବର