ଜିଏସ୍‌ଟି କାଉନ୍‌ସିଲ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଏଣିକି ସିନେମା ଦେଖିବାକୁ ଇ-ଟିକେଟ୍‌ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ବସ୍ତୁ ଏବଂ ସେବା କର ତଥା ଜିଏସଟି ପରିଷଦର ବୈଠକ ନିକଟରେ ଦିଲ୍ଲୀରେ ଅନୁଷ୍ଠିତ ହୋଇଛି। ତେବେ ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ବାର୍ଷିକ ରିଟର୍ଣ୍ଣ ଭରିବାର ଅବଧିକୁ ୨ ମାସ କାଳ ବୃଦ୍ଧି କରାଯିବା ସହ ଜିଏସଟି ପାଇଁ ପଂଜିକରଣକୁ ବି ସରଳ କରିବା ପାଇଁ ନିଷ୍ପତି ନିଆଯାଇଛି। ଏବେ କେବଳ ଆଧାର ନମ୍ବରରୁ ହିଁ ଜିଏସଟି ପଂଜିକରଣ ହେବ। ଏହାଛଡା ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ବି ଏହି ବୈଠକରେ ନିଆଯାଇଛି। ତେବେ ଆସନ୍ତୁ ଜାଣିବା ସେ ସବୁ ସଂପର୍କରେ।

National Anti-Profit Organizationର କାର୍ଯ୍ୟକାଳ ଅଧିକ ଦୁଇ ବର୍ଷ ବୃଦ୍ଧି କରିବାକୁ ନିଷ୍ପତି ନିଆଯାଇଛି। ଏହାର କାର୍ଯ୍ୟକାଳ ଚଳିତ ବର୍ଷ ଶେଷ ହେଉଛି।

ସେହିଭଳି ଲାଭଖୋର କଂପାନୀଗୁଡିକ ଉପରେ ଲାଗୁ କରାଯାଉଥିବା ଜରିମାନାକୁ ବି କଡାକଡି କରାଯାଇଛି। ବର୍ତ୍ତମାନ ଲାଭଖୋର ରାଶିକୁ ଏବେ ୩୦ ଦିନ ମଧ୍ୟରେ ଜମା ନ କରିଲେ ଲାଭଖୋର ରାଶିର ୧୦ ପ୍ରତିଶତ ଅତିରିକ୍ତ ଜମା କରିବାକୁ ହେବ। ଜିଏସଟି ପାଇଁ ବାର୍ଷିକ ରିଟର୍ଣ୍ଣ ଭରିବାର ଅବଧି ୩୦ ଜୁନ ରହିଛ। ଏପରିକି ଜିଏସଟି ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ଶୁକ୍ରବାର ସରୁଥିଲା। ହେଲେ ଇୱେ ବିଲ ପ୍ରାଣାଳୀରେ କିଛି ତ୍ରୁଟି ଯୋଗୁଁ ଏହାର ସମୟ ସୀମାକୁ ବି ଦୁଇ ମାସ କାଳ ବଦ୍ଧିତ କରି ଦିଆଯାଇଛିା

ଜିଏସଟି ପାଇଁ ପଂଜିକରଣକୁ ସରଳ କରିଦିଆଯାଇଛି। ଏଥିପାଇଁ ପ୍ରଥମେ ଅନେକ ଦସ୍ତାବିଜର ଆବଶ୍ୟକତା ପଢୁଥିଲା ହେଲେ ଏବେ କେବଳ ଆଧାର ନମ୍ବରରୁ ହିଁ ଏହି କାମ ହୋଇଯିବ ଏବଂ ତାକୁ ଆଧାର କରି ଅନଲାଇନ ପଂଜିକରଣ ମଧ୍ୟ ହୋଇଯିବ।

varunajithesh.com

ଏଣିକି ମଲ୍‌ଟିପ୍ଲେକ୍ସକୁ ମଧ୍ୟ ଇଲେକ୍ଟ୍ରୋନିକ୍‌ ଟିକେଟ ଜାରି କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି। ଏହାଦ୍ୱାରା ଉଭୟ କେନ୍ଦ୍ର ଏବଂ ରାଜ୍ୟର ରାଜସ୍ୱ ବୃଦ୍ଧି ପାଇବ।

ଦେଶରେ ଇଲେକ୍ଟ୍ରୋନିକ ଗାଡିଗୁଡିକୁ ପ୍ରାଥମିକତା ଦେବା ପାଇଁ ଏହା ଉପରେ ଜିଏସଟିକୁ ୧୨ ପ୍ରତିଶତରୁ ୫ ପ୍ରତିଶତକୁ କମାଇ ଦିଆଯାଇଛି ଏବଂ ଇଲେକ୍ଟ୍ରୋନିକ୍‌ ଗାଡି ଚାର୍ଜିଂ ଉପରେ ଲଗାଯାଉଥିବା କରକୁ ୧୮ ପ୍ରତିଶତରୁ ୧୨ ପ୍ରତିଶତକୁ ହ୍ରାସ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହି ମାମଲାକୁ ବର୍ତ୍ତମାନ ଫିଟମେଂଟ କମିଟିକୁ ପଠାଯାଇଛି ଏବଂ କିମିଟିର ରିପୋର୍ଟ ଆସିବା ପରେ ଆଗାମୀ ବୈଠକରେ ଏହା ଉପରେ ମୋହର ବାଜିବ।

ସମ୍ବନ୍ଧିତ ଖବର