ବରିଷ୍ଠ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ଷ୍ଟେଟ ବ୍ୟାଙ୍କର ସ୍ବତନ୍ତ୍ର ଏଫଡି ସ୍କିମର ସମୟ ସୀମା ସେପ୍ଟେମ୍ବର ୩୦କୁ ବୃଦ୍ଧି

ନୂଆଦିଲ୍ଲୀ : ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କ ପାଇଁ ଉଦ୍ଦିଷ୍ଟ ସ୍ବତନ୍ତ୍ର ଫିକ୍ସଡ୍ ଡିପୋଜିଟ୍ ସ୍କିମ ‘ଓ୍ବିକେୟାର’ର ମିଆଦକୁ ଆସନ୍ତା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ସ୍କିମର ମିଆଦ ଗତ ଜୁନ ୩୦ରେ ଶେଷ ହେବାର ଥିଲା ।

ଏହି ସ୍କିମରେ ୫ ବର୍ଷରୁ ଅଧିକ ମିଆଦ ପାଇଁ ଜମା ରଖିଲେ ଅତିରିକ୍ତ ୩୦ ବେସିସ ପଏଣ୍ଟ (୦.୩ ପ୍ରତିଶତ) ସୁଧ ମିଳିପାରିବ । ପୂର୍ବରୁ ବରିଷ୍ଠ ନାଗରିକଙ୍କୁ ଅତିରିକ୍ତ ୫୦ ବେସିସ୍ ପଏଣ୍ଟ (୦.୫ ପ୍ରତିଶତ) ସୁଧ ମିଳଥିଲା । ଫଳରେ ମୋଟ ୮୦ ବେସିସ ପଏଣ୍ଟ ବା ୦.୮ ପ୍ରତିଶତ ସୁଧ ମିଳିପାରିବ ଅର୍ଥାତ ବରିଷ୍ଠ ନାଗରିକମାନେ ୬.୨ ପ୍ରତିଶତ ହାରରେ ଟଙ୍କା ଜମା ରଖିପାରିବେ । ୬୦ ବର୍ଷର ଅଧିକ ବୟସର ସବୁ ଭାରତୀୟ ନାଗରିକ ଏହି ସ୍କିମରେ ଟଙ୍କା ଜମା ରଖିପାରିବେ । କେବଳ ଷ୍ଟେଟ ବ୍ୟାଙ୍କ ନୁହେଁ, ଏଚଡିଏଫସି ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା ଆଦି ମଧ୍ୟ ବରିଷ୍ଠ ନାଗରିକଙ୍କ ପାଇଁ ଅଧିକ ସୁଧ ଥିବା ଜମା ସ୍କିମ ପ୍ରଦାନ କରୁଛନ୍ତି ।

ସମ୍ବନ୍ଧିତ ଖବର