ନୂଆ ମୋଟୋ ରାଜରରେ ରହିବ ଏସବୁ ସ୍ୱତନ୍ତ୍ର ବିଶେଷତ୍ୱ

ମୁମ୍ବାଇ: ଖୁବଶୀଘ୍ର ମୋଟୋରୋଲା ଲଂଚ କରିବ ପ୍ରଥମ ଫୋଲଡିଂ ଡିସପ୍ଲେ ଫୋନ୍ । କମ୍ପାନୀର ଲୋକପ୍ରିୟ ମୋବାଇଲ ଫୋନ୍ ମୋଟୋ ରାଜରକୁ ନୂଆ ଲୁକ୍ ଦେଇ ଫୋଲଡିଂ ଡିସପ୍ଲେ ସହ ବଜାରକୁ ଛାଡିବ କମ୍ପାନୀ । ଜାଣନ୍ତୁ ପୁରୁଣା ରାଜର୍ ଅପେକ୍ଷା ଲଂଚ ହେବାକୁ ଥିବା ଏହି ଫୋନରେ କଣ ରହିଛି ସ୍ୱତନ୍ତ୍ର ବିଶେଷତ୍ୱ ।

ମୋଟୋ ରାଜର୍ ଏକ ଫ୍ଲିପ୍ ଫୋନ | ପୁରୁଣା ମଡେଲରେ ଗୋଟିଏ ପଟେ ଡିସପ୍ଲେ ଓ ଅନ୍ୟପଟେ କିବୋର୍ଡ ରହିଥିବା ବେଳେ ନୂଆ ମଡେଲରେ ଦୁଇପଟେ ଡିସପ୍ଲେ ରହିଛି | ଫୋନର ମଝିଭାଗରୁ ସ୍କ୍ରିନ୍ ଫୋଲ୍ଡ ହୋଇପାରିବ |

ଏଥିରେ ସେକେଣ୍ଡାରୀ ଡିସପ୍ଲେ ବି ରହିଛି | ଫୋନ ଫୋଲ୍ଡ ଥିବା ସମୟରେ ୟୁଜର୍ ଏହାକୁ ବ୍ୟବହାର କରିପାରିବେ | ମେସେଜ୍, କଲ୍, ଇମେଲ୍ ସମ୍ବନ୍ଧିତ ତଥ୍ୟ ନୋଟିଫିକେସନ ଭାବେ ଏହି ସ୍କ୍ରିନରେ ଆସିବ | ୬.୨ଇଂଚର ଆମୋଲେଡ୍ ଡିସପ୍ଲେ ରହିଛି | ସେଲଫି ପାଇଁ ସେକେଣ୍ଡାରୀ ଡିସପ୍ଲେ ଉପରେ କ୍ୟାମେରା ରହିଛି | କ୍ୱାଲକମ୍ ସ୍ନାପଡ୍ରାଗନ୍ ୭୧୦ ପ୍ରୋସେସର୍ ରହିଛି | ଏହି ଫୋନ ୨ଟି ଭାରିଆଂଟରେ ଲଂଚ ହେବ |

ସମ୍ବନ୍ଧିତ ଖବର