କେୟାର ହସ୍ପିଟାଲରେ ସ୍ବତନ୍ତ୍ର ନର୍ସିଂ ପାଠ୍ୟକ୍ରମ

ଭୁବନେଶ୍ବର : କେୟାର ହସ୍ପିଟାଲ ସହଯୋଗରେ ଗ୍ଲୋବାଲ ହେଲଥ ଆଲାଏନ୍ସ (ଜିଏଚଏ) ସ୍ବତନ୍ତ୍ର ନର୍ସିଂ ପାଠ୍ୟକ୍ରମ ଆରମ୍ଭ କରିଛି। ଏଥିରେ କେୟାର ହସ୍ପିଟାଲ ଭୁବନେଶ୍ବରର ମୁଖ୍ୟ ପରିଚାଳନା ଅଧିକାରୀ ଗୁରିତ କୌର ସେଠୀ, କେୟାର ହସ୍ପିଟାଲରର ଗ୍ରୁପ୍ ସିଇଓ ତଥା ଏଭରକେୟାରର ଏମଡି ଡ. ରାଜୀବ ସିଂଘଲ, ଗ୍ଲୋବାଲ ହେଲଥ ଆଲାଏନ୍ସ, ବ୍ରିଟେନର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଡ. ରଜୟ ନାରାଏନ୍ ଯୋଗ ଦେଇଥିଲେ। କେୟାର ହସ୍ପିଟାଲରେ ଏହି ପାଠ୍ୟକ୍ରମ ନର୍ସିଂ ପେସା ଏବଂ ଶିକ୍ଷାକୁ ଏକ ନୂଆ ଦିଗ ଦେବ ବୋଲି ଅଧିକାରୀମାନେ ମତବ୍ୟକ୍ତ କରିଥିଲେ। ଉଲ୍ଲେଖଯୋଗ୍ୟ, ବ୍ରିଟେନର ପ୍ରମୁଖ ବିଶ୍ବବିଦ୍ୟାଳୟ ଯଥା ଲିଡ୍ସ ୟୁନିଭର୍ସିଟି, ସେଣ୍ଟ୍ ଜର୍ଜସ ୟୁନିଭର୍ସିଟି, ଲଣ୍ଡନ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ ସାଇନସେସ, ହାର୍ଟ ଫାଉଣ୍ଡେସନ ପ୍ରମୁଖ ଜିଏଚଏର ସଦସ୍ୟ ରହିଛନ୍ତି।

ସମ୍ବନ୍ଧିତ ଖବର