ସ୍ବତନ୍ତ୍ର ଡାକ ଟିକଟ, ୭୫ ଟଙ୍କିଆ ସ୍ମା‌ରକୀ ମୁଦ୍ରା ଉନ୍ମୋଚିତ

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍ବତନ୍ତ୍ର ଡାକ ଟିକଟ ସହିତ ୭୫ ଟଙ୍କିଆର ସ୍ମାରକୀ ମୁଦ୍ରା ଉନ୍ମୋଚନ କରିଛନ୍ତି। ନୂଆ ସଂସଦ କୋଠାର ଲୋକସଭା ଚାମ୍ବରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଉକ୍ତ ମୁଦ୍ରା ଏବଂ ଡାକଟିକଟ ଉନ୍ମୋଚନ କରିଛନ୍ତି। କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଅନ୍ତର୍ଗତ ଅର୍ଥନୈତିକ ବ୍ୟାପାର ବିଭାଗ ପକ୍ଷରୁ ଜାରି ଗେଜେଟ୍ ବିଜ୍ଞପ୍ତି ଅନୁଯାୟୀ, ଉକ୍ତ ମୁଦ୍ରାର ‌ଓଜନ ୩୪.୬୫ରୁ ୩୫.୩୫ ଗ୍ରାମ୍‌ ହେବ। ନୂଆ ମୁଦ୍ରାର ଗୋଟିଏ ପାର୍ଶ୍ବରେ ଅଶୋକ ସ୍ତମ୍ଭର ସିଂହ ରହିଛି। ଅଶୋକ ସ୍ତମ୍ଭର ଦୁଇ ପାର୍ଶ୍ବ ମଧ୍ୟରୁ ଗୋଟିଏ ପଟେ ଦେବନାଗରୀ ଲିପିରେ ଭାରତ ଏବଂ ଅନ୍ୟପଟେ ଇଂରାଜୀରେ ଇଣ୍ଡିଆ ଲେଖାଯାଇଛି। ଏଥିସହିତ ଟଙ୍କାର ପ୍ରତୀକ ସହିତ ଅନ୍ତର୍ଜାତୀୟ ସଂଖ୍ୟାରେ ଟଙ୍କାର ମୂଲ୍ୟ ୭୫ ଲେଖାଲାଯାଇଛି। ମୁଦ୍ରାର ଅପରପାର୍ଶ୍ବରେ ସଂସଦ ଭବନର ଚିତ୍ର ରହିଛି। ସେହି ଚିତ୍ର ତଳକୁ ଅନ୍ତର୍ଜାତୀୟ ସଂଖ୍ୟାରେ ୨୦୨୩ ବର୍ଷ ଲେଖାଯାଇଛି।

ସମ୍ବନ୍ଧିତ ଖବର