ବ୍ୟାଙ୍କ ମୁଖ୍ୟଙ୍କୁ ସରକାର ଦେଲେ ସ୍ବତନ୍ତ୍ର କ୍ଷମତା

ନୂଆଦିଲ୍ଲୀ: ଋଣ ଠକଙ୍କୁ ଦେଶ ଭିତରେ ଅଟକାଇ ରଖିବା ପାଇଁ ସରକାରୀ ବ୍ୟାଙ୍କଗୁଡ଼ିକର ମୁଖ୍ୟମାନଙ୍କୁ ସରକାର ସ୍ବତନ୍ତ୍ର କ୍ଷମତା ପ୍ରଦାନ କରିଛନ୍ତି। ସେମାନେ ସରକାରଙ୍କ ସହିତ ସିଧାସଳଖ ଯୋଗାଯୋଗ କରିପାରିବେ। ଅନ୍ୟ କୌଣସି ଏଜେନ୍ସି ଜରିଆରେ ସେମାନଙ୍କୁ ସରକାରଙ୍କ ପର୍ଯ୍ୟନ୍ତ ଯିବାକୁ ପଡ଼ିବ ନାହିଁ। ସନ୍ଦେହ ‌ଘେରରେ ଥିବା ଗ୍ରାହକମାନଙ୍କ ବିରୋଧରେ ଲୁକ୍‌ ଆଉଟ୍ ସର୍କୁଲାର୍ ଜାରି କରିବା ପାଇଁ ସେମାନେ ସରକାରଙ୍କୁ ସିଧାସଳଖ ଅନୁରୋଧ କରିପାରିବେ। ବ୍ୟାଙ୍କ ମୁଖ୍ୟମାନଙ୍କୁ ଏହି କ୍ଷମତା ଦେବା ପାଇଁ ଆର୍ଥିକ ସେବା ସଚିବ ରାଜୀବ କୁମାରଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିବା କମିଟି ପ୍ରସ୍ତାବ ଦେଇଥିଲା।

ସମ୍ବନ୍ଧିତ ଖବର