ଭାଲେଣ୍ଟାଇନ୍ସ ଡେ ଉପଲକ୍ଷେ ୱାନପ୍ଲସ ପକ୍ଷରୁ ଆକର୍ଷଣୀୟ ରିହାତି

ଭୁବନେଶ୍ୱର : ଭାଲେନଟାଇନ୍ସ ଡେ ଅବସରରେ ୱାନପ୍ଲସ ପକ୍ଷରୁ ଏହାର ସବୁଠାରୁ ଲୋକପ୍ରିୟ ୱାନପ୍ଲସ ୫ଟି ଲାଭା ରେଡ କ୍ରୟରେ ୭ ରୁ ୧୧ ଫେବୃଆରୀ ମଧ୍ୟରେ ଆକର୍ଷଣୀୟ ରିହାତି ଘୋଷଣା କରିଛି । ଏହି ଅଫର ମଧ୍ୟରେ ଲାଭାର ରେଡ ଭ୍ୟାରିଏଣ୍ଟ ସହ ୱାନପ୍ଲସ ୫ଟିର ସମସ୍ତ ଭ୍ୟାରିଏଣ୍ଟ ଉପରେ ତତକ୍ଷଣାତ୍‌ ରିହାତି ଏବଂ ବିନା ମୂଲ୍ୟର ଇଏମଆଇ ଆଦି ଅନ୍ତର୍ଭୁକ୍ତ । ଏସବିଆଇ କ୍ରେଡିଟ କାର୍ଡ ବ୍ୟବହାରକରି ଆମାଜନ.ଇନରେ ୱାନପ୍ଲସର ଉପକରଣ କିଣୁଥିବା ଗ୍ରାହକମାନେ ୧୫୦୦ ଟଙ୍କାର ତତ୍‌କ୍ଷଣାତ ରିହାତି ପାଇପାରିବେ । ଏହି ଅଫର ଅବଧି ସମୟରେ ଉପଭୋକ୍ତାମାନେ ୩ ମାସ ପର୍ଯ୍ୟନ୍ତ ବିନା ମୂଲ୍ୟର ଇଏମଆଇ ପାଇପାରିବେ । ଏହାର ଅଫିସିଆଲ ଇ-ଷ୍ଟୋର୍‌ ଓା୍ଵନପ୍ଲସ ଷ୍ଟୋର.ଇନ ଏବଂ ଓା୍ଵନପ୍ଲସ ଏକ୍ସପେରିଏନ୍ସ ଷ୍ଟୋର ବାଙ୍ଗାଲୋରରୁ କିଣିବା ଦ୍ୱାରା ୧୫୦୦ ଟଙ୍କାର କ୍ୟାସବ୍ୟାକ୍‌ ପାଇବା ସହ ୱାନପ୍ଲସ ୫ଟିର ଯେକୌଣସି ପୁରୁଣା ଭ୍ୟାରିଏଣ୍ଟକୁ ଏକ୍ସଚେଞ୍ଜ କଲେ, ଏହାର ଉପଯୁକ୍ତ ମୁଲ୍ୟକୁ ସୁନିଶ୍ଚିତ କରିଥାଏ ।

ୱାନ ପ୍ଲସ ପକ୍ଷରୁ ଆହୁରି ମଧ୍ୟ ଏକ ନୂଆ ରେଫରାଲ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି ଏବଂ ଆମାଜନ.ଇନରେ ୱାନ ପ୍ଲସ ତଥା ୫ଟି ଗ୍ରାହକ ମାନଙ୍କ ପାଇଁ ୱାରେଣ୍ଟିକୁ ସମ୍ପ୍ରସାରିତ କରାଯାଇଛି । ୩୦, ଜାନୁଆରୀ ପୂର୍ବରୁ ୱାନ ପ୍ଲସ ଏବଂ ୫ଟିକୁ କିଣିଥିବା ସମସ୍ତ ଗ୍ରାହକମାନେ ଇମେଲ ଦ୍ଲାରା ଦୁଇଟି ରେଫରାଲ କୋଡ ପାଇପାରିବେ । ୭ ରୁ ୨୧ ଫେବୃଆରୀ ମଧ୍ୟରେ ୱାନ ପ୍ଲସ ଏବଂ ୫ଟିକୁ କିଣିଥିବା ସମସ୍ତେ ଏହି ରେଫରାଲ କୋଡକୁ ବ୍ୟବହାର କରିପାରିବେ ।

ସମ୍ବନ୍ଧିତ ଖବର