ଟେକ୍‌ ଅଫ୍‌ ବେଳେ ଚକା ଫାଟିଗଲା: ଅଧାରୁ ଫେରିଲା ବିମାନ, ଯାତ୍ରୀ ସୁରକ୍ଷିତ

ନୂଆଦିଲ୍ଲୀ: ଚେନ୍ନାଇ-ଦିଲ୍ଳୀ ସ୍ପାଇସ୍‌ ଜେଟ୍‌ ବିିମାନ ଟେକ୍‌ ଅଫ୍‌ ସମୟରେ ଚକା ଫାଟିବାରୁ ଗୁରୁବାର ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ବିମାନଟିକୁ ପୁଣି ଥରେ ଚେନ୍ନାଇ ଫେରିବାକୁ ପଡ଼ିଛି। ବିମାନଟି ସୁରକ୍ଷିତ ଭାବେ ଲ୍ୟାଣ୍ଡ କରିଛି। ବିମାନ ମଧ୍ୟରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ମାତ୍ର ଏହା ଚେନ୍ନାଇର ରନ୍‌େଓ୍ଵ ନିକଟରେ ଅବେଳରେ ଲ୍ୟାଣ୍ଡ୍‌ କରିଥିବାରୁ ବିମାନ ଚଳାଚଳକୁ ସାମାନ୍ୟ ପ୍ରଭାବିତ କରିଛି। ଚେନ୍ନାଇର ଏବେ କେବଳ ଦ୍ୱିତୀୟ ରନ୍‌େଓ୍ଵ ଚାଲୁରହିଛି। ୧୦୦ ଯାତ୍ରୀଙ୍କୁ ନେଇ ବି-୭୩୭ ବିମାନଟି ଦିଲ୍ଲୀକୁ ଉଡ଼ାଣ ଭରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ବିମାନଟି ଟେକ୍‌ଅଫ୍‌ କରିବା ପରେ ବିମାନ ନିୟନ୍ତ୍ରଣ କର୍ମୀ ରନ୍‌େଓ୍ଵରେ ଟାୟାରର ଖଣ୍ଡବିଶେଷ ଓ ତୈଳ ଦେଖିବାକୁ ପାଇଲେ। ବିମାନଟିର ଟାୟାର ଫାଟିଯାଇଛି ବୋଲି ଜାଣିବା ପରେ ଏୟାର୍‌ ଟ୍ରାଫିକ୍‌ କଣ୍ଟ୍ରୋଲ୍‌(ଏଟିସି) ବିମାନ ଚାଳକଙ୍କୁ ସୂଚୀତ କରାଇଥିଲେ। ବିମାନ କର୍ତ୍ତୃପକ୍ଷ ବିମାନଟିକୁ ତୁରନ୍ତ ଲ୍ୟାଣ୍ଡ କରାଇବାକୁ ଉଚିତ ମଣିବା ପରେ ବିମାନଟି ଚେନ୍ନାଇ ବିମାନ ବନ୍ଦରକୁ ଫେରିଥିଲା। ସଂପୂର୍ଣ୍ଣ ସୁରକ୍ଷିତ ଭାବେ ବିମାନଟି ଲ୍ୟାଣ୍ଡ୍‌ କରିଛି ବୋଲି ସ୍ପାଇସ୍‌ ଜେଟ୍‌ର ମୁଖପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର