ମାତ୍ର ୯୮୭ଟଙ୍କାରେ କରନ୍ତୁ ବିମାନ ଯାତ୍ରା !

ନୂଆଦିଲ୍ଲୀ: ଆତଙ୍କ ସୃଷ୍ଟି କରିଥିବା କରୋନାଭାଇରସ ଏଭିଏସ୍‌ନ୍‌ ସେକ୍ଟରର ଅଣ୍ଟା ଭାଙ୍ଗି ଦେଇଥିବା କୁହାଯାଉଛି। କରୋନାଭାଇରସ ଭୟରେ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଥିବା ବି ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତିରେ ଯାତ୍ରୀଙ୍କୁ ଆକୃଷ୍ଟ କରିବା ପାଇଁ ସ୍ପାଇସ୍‌ଜେଟ ଏକ ସ୍ପେଶାଲ ସେଲ୍ ନେଇ ଆସିଛି।

ଏହି ସେଲର ଆରମ୍ଭ ମାର୍ଚ୍ଚ ୧୨ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୫ପର୍ଯ୍ୟନ୍ତ ଚାଲିବ। ସ୍ପାଇସ୍‌ଜେଟର ସ୍ପେଶାଲ ସେଲ୍ ଜରିଆରେ ଘରୋଇ ବିମାନର ଭଡ଼ା ୯୮୭ଟଙ୍କା ଓ ଅନ୍ତର୍ଜାତୀୟ ବିମାନ ଭଡ଼ା ୩୬୯୯ଟଙ୍କାରୁ ଆରମ୍ଭ ହେଉଛି। ସେଲ୍ ଚାଲିଥିବା ସମୟରେ ଯାତ୍ରୀ କିଣିଥିବା ଟିକେଟରେ ୨୦୨୧ ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ଯାତ୍ରା କରିବାର ସମୟ ପାଇବେ।

Image result for spicejet
Business Line

ଷ୍ଟାଣ୍ଡାର୍ଡ ଚାର୍ଟର୍ଡ ବ୍ୟାଙ୍କ କାର୍ଡ  ଓ କ୍ରେଡିଟ କାର୍ଡର ବ୍ୟବହାରକାରୀଙ୍କ ପାଇଁ ମଧ୍ୟ ଅତିରିକ୍ତ ସୁବିଧା ଉପଲବ୍ଧ କରାଯାଇଛି। ସେହିପରି ପ୍ରୋମୋକୋଡର ବ୍ୟବହାରକରି ଯାତ୍ରୀ ୧୦୦୦ଟଙ୍କାର ଅତିରିକ୍ତ ଫାଇଦା ଉଠାଇ ପାରିବେ। କେବଳ ଏତିକି ନୁହେଁ ମାଗଣାରେ ପ୍ରାୟରିଟି ଚେକ୍‌-ଇନ୍‌ର ବି ସୁବିଧା ମିଳିବ।

ଅନ୍ୟପକ୍ଷରେ କରୋନାଭାଇରସ୍‌ ଏବେ ସାଂଘାତିକ ସ୍ଥିତି ସୃଷ୍ଟି କରିଛି।  ବିଶ୍ୱବ୍ୟାପୀ ସୃଷ୍ଟି ହୋଇଥିବା ଏହି ସ୍ୱାସ୍ଥ୍ୟସଙ୍କଟକୁ ଗତକାଲି ‘ମହାମାରୀ’ ଘୋଷଣା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ)। ସମସ୍ତ ରାଷ୍ଟ୍ର ଏହି ଭାଇରସ୍‌ର ମୁକାବିଲା ପାଇଁ ଯୋଜନାବଦ୍ଧ ଲଢ଼େଇ କରିବାକୁ ଡବ୍ଲୁଏଚ୍‌ଓ ଆହ୍ଵାନ ଦେଇଛି।

ଏହି ଘୋଷଣା ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସମସ୍ତ ଏୟାରଲାଇନ୍ସକୁ ରି-ସିଡ୍ୟୁଲ ଚାର୍ଜ ଛାଡ଼ କରିବା ପାଇଁ ନିର୍ଦ୍ଦେଶ ଦେଇଛି। ଏହି ନିର୍ଦ୍ଦେଶକୁ ନେଇ ସମସ୍ତ ଏୟାରଲାଇନ୍ସ ନିଜର ସହମତି ମଧ୍ୟ ଜଣାଇଛନ୍ତି।

ସମ୍ବନ୍ଧିତ ଖବର