ସ୍ପାଇସଜେଟ୍‌ର ବଡ଼ ଘୋଷଣା: ଜେଟ୍‌ ଏୟାରେଓ୍ଵଜ୍‌ର ୨,୦୦୦କର୍ମଚାରୀଙ୍କୁ ଦେବ ନିଯୁକ୍ତି

ନୂଆଦିଲ୍ଲୀ : ବଡ଼ ଘୋଷଣା କରିଛି ସ୍ପାଇସ୍‌ଜେଟ୍‌ । ଜେଟ୍‌ ଏୟାରେଓ୍ଵଜ୍‌ର ଦେବାଳିଆ ସ୍ଥିତି ପାଇଁ ୨୦,୦୦୦ରୁ ଉର୍ଦ୍ଧ କର୍ମଚାରୀ ବେରୋଜଗାର ହୋଇ ଯାଇଥିବା ବେଳେ ଏବେ ପୁଣି ଥରେ ସେମାନଙ୍କ ପାଇଁ ଖୁସି ଖବର ନେଇ ଆସିଛି ସ୍ପାଇସଜେଟ୍‌ । ପୂର୍ବରୁ ଜେଟ୍‌ ଏୟାରେଓ୍ଵଜ୍‌ର କିଛି କର୍ମଚାରୀଙ୍କୁ ସ୍ପାଇସ୍‌ଜେଟ୍‌ ଚାକିରି ଦେଇଥିବା ବେଳେ ଏବେ ପୁଣି ଥରେ ୨,୦୦୦କର୍ମଚାରୀଙ୍କୁ ସ୍ପାଇସ୍‌ଜେଟ୍‌ ଚାକିରି ଦେବ ବୋଲି ଘୋଷଣା କରିଛି । ସେ ମଧ୍ୟରେ ପାଇଲଟ ଏବଂ କ୍ୟାବିନ କ୍ର୍ୟୁ ରହିବେ । ସ୍ପାଇସଜେଟ୍‌ର ଅଧ୍ୟକ୍ଷ ଏବଂ ପ୍ରବନ୍ଧ ନିର୍ଦ୍ଦେଶକ ଅଜୟ ସିଂହଙ୍କ କହିବା ଅନୁଯାୟୀ, ଆମେ ୧,୧୦୦ କର୍ମଚାରୀଙ୍କୁ ଚାକିରି ଦେଇ ସାରିଛୁ । ଆଗକୁ ଏହାର ସଂଖ୍ୟା ବଢ଼ି ୨,୦୦୦ରେ ପହଞ୍ଚିପାରେ । ଆମେ ଜେଟ୍‌ର ସବୁଠାରୁ ଯୋଗ୍ୟ ଏବଂ ଭଲ ଭଲ କର୍ମଚାରୀଙ୍କୁ ବାଛି ନିଯୁକ୍ତି ଦେଇଛୁ । ଯେଉଁମାନେ କାମ କରିବା ପାଇଁ ସଂପୂର୍ଣ୍ଣ ଯୋଗ୍ୟ ।

Livemint

ସୂଚନା ମୁତାବକ, ବର୍ତ୍ତମାନ ସ୍ପାଇସ୍‌ଜେଟ୍‌ରେ ୧୪,୦୦୦କର୍ମଚାରୀ କାମ କରୁଥିବା ବେଳେ ୧୦୦ଟି ବିମାନ ଉଡ଼ାଣ ଭରୁଛି । ଚଳିତ ବର୍ଷ ସ୍ପାଇସ୍‌ଜେଟ୍‌ ନିଜର କ୍ଷମତା ୮୦ପ୍ରତିଶତ ବଢ଼ାଇବ ବୋଲି କହିଛନ୍ତି ଅଜୟ ସିଂହ ।

ସମ୍ବନ୍ଧିତ ଖବର