ମୁମ୍ବାଇ: ଭାରତୀୟ ବିଦ୍ୟା ଭବନର ସହଯୋଗୀ ପ୍ରତିଷ୍ଠାନ ଏସ୍ପିଜେଆଇଏମ୍ଆର୍ ୟୁରୋପ ଓ ଆମେରିକାର କେତେକ ଉତ୍କଷ୍ଟ ବିଜ୍ନେସ୍ ସ୍କୁଲ ସହ ମିଶି ଗ୍ଲୋବାଲ ମ୍ୟାନେଜମେଣ୍ଟ ପ୍ରୋଗ୍ରାମ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରି ଆସୁଛି। ଏହି ପ୍ରୋଗ୍ରାମ ୨୦୧୦ ମସିହାରେ ୟୁରୋପୀୟ କମିସନ୍ଙ୍କ ପାଣ୍ଠିରେ ଆରମ୍ଭ ହୋଇଛି। ଜୁନ୍ରୁ ଡିସେମ୍ବର ପର୍ଯ୍ୟନ୍ତ ଛାତ୍ରଛାତ୍ରମାନେ ଜିଏମ୍ପି ପାଠ୍ୟକ୍ରମକୁ ଏସ୍ପିଜେଆଇଏମ୍ଆର୍ରେ ସଂପୂର୍ଣ୍ଣ କରିବା ପରେ ପରବର୍ତୀ ସେମିଷ୍ଟର ଗୁଡ଼ିକୁ ବିଦେଶର ସହଯୋଗୀ ପ୍ରତିଷ୍ଠାନ ଗୁଡ଼ିକରେ ପଢ଼ିଥାନ୍ତି। ଏହାପରେ ଇଣ୍ଟର୍ଣ୍ଣସିପ୍ ଓ ପ୍ଲେସମେଣ୍ଟ ପ୍ରଦାନ କରାଯାଇଥାଏ। ଚଳିତବର୍ଷ ଏହି ପ୍ରତିଷ୍ଠାନରେ ନାମଲେଖା ପାଇଁ ଆସନ୍ତା ଏପ୍ରିଲ ୬ ଓ ୭ ତାରିଖ ଧାର୍ଯ୍ୟ କରାଯାଇଛି। ଛାତ୍ରଛାତ୍ରୀଙ୍କ କ୍ୟାରିଅର, କ୍ୟାଟ୍/ଜିମାଟ୍/ଜିଆର୍ଇ ସ୍କୋର ସହିତ ଏସପିଜେଆଇଏମ୍ଆର୍ ସହିତ ପାର୍ଟନର ସ୍କୁଲର ପ୍ରତିନିଧିଙ୍କ ଉପସ୍ଥିତିରେ ସାକ୍ଷାତାକାର ଭିତ୍ତିରେ ନାମଲେଖା ସୁଯୋଗ ମିଳିଥାଏ।
ଏସ୍ପିଜେଆଇଏମ୍ଆର୍’ର ଗ୍ଲୋବାଲ୍ ମ୍ୟାନେଜମେଣ୍ଟ୍ ପ୍ରୋଗ୍ରାମ
/sambad/media/post_attachments/wp-content/uploads/2018/03/SPJIMR-image.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)