କ୍ରୀଡ଼ା ବିଭାଗକୁ ୱାଟର ପ୍ୟୁରିଫାୟର ଦେଲା ଏଲ୍‌ଜି

ଭୁବନେଶ୍ବର: ଏଲ୍‌ଜି ଇଲେକ୍ଟ୍ରୋନିକ୍ସ ପକ୍ଷରୁ ଆଜି ରାଜ୍ୟ କ୍ରୀଡ଼ା ବିଭାଗକୁ ୪୦ଟି ୱାଟର ପ୍ୟୁରିଫା‌ୟର ପ୍ରଦାନ କରାଯାଇଛି। କଳିଙ୍ଗ ଷ୍ଟାଡିୟମ୍‌ରେ ପୁରୁଷ ହକି ବିଶ୍ବକପ୍ ଆୟୋଜନ ବେଳେ ଏଲ୍‌ଜି ପକ୍ଷରୁ ୨୨ଟି ୱାଟର୍‌ ବୁଥ୍‌ ସ୍ଥାପନ କରାଯାଇ ସାଢ଼େ ତିନି ଲକ୍ଷ ଲୋକଙ୍କୁ ପାନୀୟ ଜଳ ସୁବିଧା ପ୍ରଦାନ କରାଯାଇଥିଲା। ଆଜି କଂପାନି ତରଫରୁ କ୍ରୀଡ଼ା ବିଭାଗକୁ ନୂଆ ୱାଟର୍‌ ପ୍ୟୁରିଫାୟର ପ୍ରଦାନ କରାଯାଇଛି। ସେଗୁଡ଼ିକୁ ରାଜ୍ୟରେ ୧୬ଟି ୧୬ଟି କ୍ରୀଡ଼ା ଛାତ୍ରାବାସ ଏବଂ ବିଭିନ୍ନ ଷ୍ଟାଡିୟମ୍‌ରେ ବ୍ୟବହାର କରାଯିବ। ଏହି ଅବସରରେ କ୍ରିଡ଼ା ବିଭାଗର ଯୁଗ୍ମ ସଚିବ ମନୋଜ ପାଢ଼ୀ, ଅତିରିକ୍ତ ସଚିବ ବେଦବନ୍ଧୁ ମିଶ୍ର, ଏଲ୍‌ଜିର ଆଞ୍ଚଳିକ ବ୍ୟବସାୟ ମୁଖ୍ୟ ପ୍ରବଳ ସକ୍‌ସେନା, ଶାଖା ପ୍ରବନ୍ଧକ ମନିଷ ସିଂଘଲ, ସମାଜସେବୀ ରିଷଭ ନନ୍ଦ ଏବଂ ରାଜ୍‌ ଇଲେକ୍ଟ୍ରୋନିକ୍ସର ତତ୍ତ୍ବାବଧାୟକ ପ୍ରକାଶ ବିଶ୍ବାଳ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର