ସିଜିନ ରିହାତିରେ ବିଶ୍ବାସ କରେନି ଶ୍ରୀଲେଦର୍ସ: ବର୍ଷତମାମ ଉଚିତ ମୂଲ୍ୟରେ ପ୍ରିମିୟମ୍ ଉତ୍ପାଦ ଦେବା ଉପରେ ଗୁରୁତ୍ବ

ଶ୍ରୀଲେଦର୍ସ ଏମ୍‌ଡିଙ୍କ ସାକ୍ଷାତକାର

ଶ୍ରୀଲେଦର୍ସ କିଭଳି ଆରମ୍ଭ ହୋଇଥିଲା?
ସତ୍ୟବ୍ରତ: ‌ଘରେ କିଛି ସମସ୍ୟା ଦେଖାଦେବାରୁ ୧୯୮୭ରେ ମୁଁ କୋଲକାତା ଆସିଥିଲି ଓ ନିଜର ସବୁ ସଞ୍ଚିତ ରାଶିକୁ ବ୍ୟବହାର କରି ଲିଣ୍ଡ୍‌ସେ ଷ୍ଟ୍ରିଟ୍‌ରେ ‘୩ ଆଣ୍ଡ୍‌ ୪ ଲିଣ୍ଡ୍‌ସେ’ ନାମରେ ଏକ ଛୋଟ ଜୋତା ଦୋକାନ ଖୋଲିଥିଲି। ସବୁ ଟଙ୍କା ବ୍ୟବସାୟରେ ଲଗାଇ ଦେବାରୁ ରହିବା ପାଇଁ ମୋ ପାଖରେ ଘର ଯୋଗାଡ଼ କରିବାକୁ ଟଙ୍କା ନଥିଲା। ସେଥିପାଇଁ ମୁଁ ଷ୍ଟୋର୍‌ରେ ରହୁଥିଲି। ଗ୍ରାହକମାନଙ୍କ ମଧ୍ୟରେ ଦୋକାନଟି ଲୋକପ୍ରିୟ ହେବା ପରେ ମୁଁ ତାହାର ନାମ ‘ଶ୍ରୀଲେଦର୍ସ’କୁ ବଦଳାଇ ଦେଇଥିଲି। ରୋଜଗାର ଭଲ ହେବା ପରେ ଏକ ଆପାର୍ଟମେଣ୍ଟ୍ କିଣି ମୁଁ ମୋ ବାପାମା’ଙ୍କୁ କୋଲକାତା ଆଣି ମୋ ପତ୍ନୀ ସିପ୍ରାଙ୍କ ସହିତ ରହିଥିଲି।

ଆପଣଙ୍କ ବିଶେଷ ସ୍ବତନ୍ତ୍ରତା କ’ଣ?
ସତ୍ୟବ୍ରତ: ସୁଲଭ ମୂଲ୍ୟରେ ଫୁଟଓୟାର ଓ ଆକ୍‌ସୋସୋରିଜ୍ ଉପଲବ୍ଧ କରାଇବା। ବର୍ଷତମାମ ଶ୍ରେଷ୍ଠ ସମ୍ଭବ ମୂଲ୍ୟରେ ତାହା ମିଳୁ ବୋଲି ମୁଁ ଚାହୁଛି। ଆମ ସଂସ୍ଥା ସିଜିନ ଭିତ୍ତିକ ରିହାତିରେ ବିଶ୍ବାସ କରେ ନାହିଁ। ନିଜ କ‌ଷ୍ଟୋପାର୍ଜିତ ଧନକୁ ସମ୍ମାନ ଜଣାଉଥିବା ଗ୍ରାହକଙ୍କ ଆବଶ୍ୟକତାକୁ ଆମେ ପୂରଣ କରୁଛୁ। ଆମେ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ମୂଲ୍ୟରେ ପ୍ରିମିୟମ୍ ମାନର ଉତ୍ପାଦ ପ୍ରଦାନ ଜାରି ରଖିବୁ।

ଆପଣ ସାମ୍ନା କରୁଥିବା ସାଧାରଣ ସମସ୍ୟାଟି କ’ଣ?
ସିପ୍ରା: ଏହି ସଂସ୍ଥାର ଅଭ୍ୟୁଦୟ ଓ ମୋ ସ୍ବାମୀଙ୍କ କଠିନ ପରିଶ୍ରମ ଓ ଉତ୍ସର୍ଗୀକୃତ ମନୋଭାବକୁ ମୁଁ ନିଜ ଆଖିରେ ଦେଖିଛି। ଯେହେତୁ ବ୍ରାଣ୍ଡ୍ ଗଠନ ଲାଗି ବହୁ ଉଦ୍ୟମ କରାଯାଇଛି ତେଣୁ ଅତ୍ୟନ୍ତ ଯତ୍ନର ସହ ଆମେ ଡିଲର୍‌ ଚୟନ କରିଥାଉ। ବହୁ ନିବେଶକ ଆଗ୍ରହୀ ଥିଲେ ମଧ୍ୟ ଚୟନ ପାଇଁ ଆମେ ଉଚ୍ଚ ମାନକ ଧାର୍ଯ୍ୟ କରିଛୁ। ବହୁ ଲୋକ ଆମ ଡିଲରସିପ୍ ଦେବା ବାହାନାରେ ଠକେଇ କରୁଛନ୍ତି। ଆମେ ଲୋକମାନଙ୍କୁ ଜଣାଇବାକୁ ଚାହୁଛୁ ଯେ ଆମ ମୁଖ୍ୟ କାର୍ଯ୍ୟାଳୟ କୋଲକାତାରେ ରହିଛି ଏବଂ ଏମ୍‌ଡି ସତ୍ୟବ୍ରତ ଦେ’ଙ୍କ ସହ ସାକ୍ଷାତ ପରେ ଡିଲର୍‌ସିପ୍ ‌ପ୍ରସ୍ତାବ ମଞ୍ଜୁର କରାଯାଏ।

ଓଡ଼ିଶା ପାଇଁ ଆପଣଙ୍କ କ’ଣ ଯୋଜନା ରହିଛି?
ସତ୍ୟବ୍ରତ: ଓଡ଼ିଶାରେ ଉପସ୍ଥିତ ଥିବାରୁ ଆମେ ନିଜକୁ ଭାଗ୍ୟବାନ ମନେ କରୁଛୁ। ଏଠାକାର ଲୋକମାନେ ବହୁତ ଭଲ। ଯେଉଁଭଳି ଭାବେ ଗ୍ରାହକମାନେ ଆମ ବ୍ରାଣ୍ଡ୍ ଓ ଏହାର ଉତ୍ପାଦକୁ ଗ୍ରହଣ କରିଛନ୍ତି ସେଥିପାଇଁ ଆମେ ସେମାନଙ୍କ ନିକଟରେ କୃତଜ୍ଞ। ଆମେ ଏବେ ଆମର ପାଞ୍ଚଟି ଷ୍ଟୋର୍‌ ଭୁବନେଶ୍ବରର ଅଶୋକନଗର, ଚନ୍ଦ୍ରଶେଖରପୁର, ବ୍ରହ୍ମପୁର, କଟକ ଓ ରାଉରକେଲା ଷ୍ଟୋର୍‌ ଉପରେ ଧ୍ୟାନ ଦେଉଛୁ। ସୋସିଆଲ ମିଡିଆ ଅଭିଯାନ ଜରିଆରେ ନୂଆ ପିଢ଼ିର ଗ୍ରାହକଙ୍କ ନିକଟରେ ପହଞ୍ଚିବାକୁ ଉଦ୍ୟମ କରୁଛୁ।

ବ୍ରାଣ୍ଡ୍‌ର ଭବିଷ୍ୟତ କ’ଣ?
ସତ୍ୟବ୍ରତ: ଡିଜିଟାଲ୍ ସମ୍ପ୍ରସାରଣ ପାଇଁ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ବ ଦେଉଛୁ। ସମ୍ପ୍ରସାରଣ ଯୋଗୁଁ ଆମ ମୂଲ୍ୟ ଉପସ୍ଥାପନରେ ଯେଭଳି କୌଣସି ସାଲିସ ନହୁଏ ସେଥିପ୍ରତି ଧ୍ୟାନ ଦେଉଛୁ। ବିଶ୍ବ ସ୍ତରୀୟ ଓ ସଠିକ୍ ମୂଲ୍ୟକୁ ଆମେ ସର୍ବଦା ପ୍ରାଥମିକତା ଦେବୁ ଏବଂ ଭବିଷ୍ୟତରେ ସେହି ଧାରା ଜାରି ରହିବ।

ସମ୍ବନ୍ଧିତ ଖବର