ଶ୍ରୀରାମ ଲାଇଫ୍‌ ଇନ୍‌ସ୍ୟୁରାନ୍ସକୁ ଡିଜିଟାଲ୍‌ ପୁରସ୍କାର

ହାଇଦ୍ରାବାଦ : ଡେଲଏଟ୍ ଇଣ୍ଡିଆ ପକ୍ଷରୁ ଆୟୋଜନ କରାଯାଇଥିବା ଇନ୍‌ସ୍ୟୁରାନ୍ସ ନେକ୍ସଟ୍ ଆୱାର୍ଡ ୨୦୨୨ ଅବସରରେ ଶ୍ରୀରାମ ଲାଇଫ୍ ଇନ୍‌ସ୍ୟୁରାନ୍ସକୁ ଡିଜିଟାଲ୍‌ ପହଲ୍‌-ଲାଇଫ୍ ଇନ୍‌ସ୍ୟୁରାନ୍ସ ପୁରସ୍କାର ପ୍ରଦାନ କରାଯାଇଛି। ଏ ସମ୍ପର୍କରେ କଂପାନିର ପ୍ରବନ୍ଧ ନିର୍ଦେଶକ ମନୋଜ ଜୈନ କହିଛନ୍ତି ଯେ ଶ୍ରୀରାମ ଲାଇଫ୍‌ ଇନ୍‌ସ୍ୟୁରାନ୍ସରେ ଗ୍ରାହକଙ୍କୁ ଯୋଡ଼ିବା ଏବଂ ସେମାନଙ୍କୁ ସେବା ପ୍ରଦାନ କରିବା ପ୍ରକ୍ରିୟାର ଡିଜିଟାଲ୍‌କରଣ କରାଯାଇଛି। ପ୍ରତିଟି ଉଦ୍ୟମକୁ ଦୂରଦୂରାନ୍ତରେ ରହୁଥିବା ଗ୍ରାହକଙ୍କ ନିକଟରେ ପହଞ୍ଚାଇବାକୁ ଆମେ ଚାହୁଛୁ। ସୁବିଧାଜନକ ଗ୍ରାହକ ଅନୁଭବ ପ୍ରଦାନ କରିବା ହେଉଛି ଆମ ଡିଜିଟାଲ୍ ନବସୃଜନର ଲକ୍ଷ୍ୟ ବୋଲି ସେ କହିଛନ୍ତି। କଂପାନିର ସିଇଓ କ୍ୟାସ୍ପରସ୍‌ କ୍ରୋମ୍‌ହୋତ କହିଛନ୍ତି ଯେ ଆମର ଅଧିକାଂଶ ଗ୍ରାହକ ହେଉଛନ୍ତି ଚାଷୀ, ଟ୍ରକ୍ ଚାଳକ, ମାଇକ୍ରାଫାଇନାନ୍ସ ଗ୍ରାହକ, କ୍ଷୁଦ୍ର ଉଦ୍ୟୋଗୀ, ସ୍ବାବଲମ୍ବୀ ଓ ଗ୍ରାମୀଣ କ୍ଷେତ୍ରର ବ୍ୟକ୍ତି। ଏହି ବର୍ଗର ଗ୍ରାହକଙ୍କ ଆବଶ୍ୟକତା ପୂରଣ ଲାଗି ଡିଜିଟାଲ୍ ସମାଧାନର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର