‘ଏସ୍‌ଏସ୍‌ଏଫ୍‌ବି’ ଶାଖା ସଂଖ୍ୟା ୪୦୦ ଟପିବ

ଭୁବନେଶ୍ୱର: ସୂର୍ଯ୍ୟୋଦୟ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ (ଏସ୍‌ଏସ୍‌ଏଫ୍‌ବି)ର ଶାଖା ସଂଖ୍ୟା ୪୦୦ ଟପିବ ବୋଲି ବ୍ୟାଙ୍କର ଏମ୍‌ଡି ଓ ସିଇଓ ବାସ୍କର ବାବୁ କହିଛନ୍ତି। ସେ କହିଲେ, ଆମର ପୂର୍ବରୁ ଯେଉଁ ସବୁ ଶାଖାଗୁଡ଼ିକ ଥିଲା ସେଗୁଡ଼ିକୁ ବ୍ୟାଙ୍କ ଶାଖାରେ ପରିଣତ କରାଯିବ। ସର୍ବାଧିକ ଶାଖା ଗ୍ରାମାଞ୍ଚଳରେ ରହିଥିବାରୁ ଗ୍ରାମୀଣ ଗ୍ରାହକମାନେ ବିଶେଷ ଭାବେ ଲାଭବାନ ହେବେ ବୋଲି ସେ କହିଛନ୍ତି। ଏସ୍‌ଏଫ୍‌ଏଫ୍‌ବି ଶାଖାଗୁଡ଼ିକରେ ସବୁ ପ୍ରକାର ବ୍ୟାଙ୍କିଙ୍ଗ୍‌ କାରବାର ହୋଇପାରିବ। ଖାତା ଖୋଲିବାଠାରୁ ଆରମ୍ଭ କରି ଟଙ୍କା ଜମା କରିବା, ଉଠାଣ ଓ ଅନ୍ୟ ସବୁ ବ୍ୟାଙ୍କ ସେବା ମିଳିବ। ତେବେ ଅଧିକ ଏଟିଏମ୍‌ ସ୍ଥାପନ କରିବା ବିଷୟରେ ଏହି କ୍ଷୁଦ୍ର ବ୍ୟାଙ୍କ ଚିନ୍ତା କରୁନାହିଁ। ଗ୍ରାହକମାନେ କିଭଳି ଡିଜିଟାଲ୍‌ ଉପାୟରେ କାରବାର କରିପାରିବେ ତାହା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଛନ୍ତି। ବର୍ତ୍ତମାନ ବ୍ୟାଙ୍କର ୮୦% କାରବାର ଡିଜିଟାଲ୍‌ ମାଧ୍ୟମରେ ହେଉଥିବା ସେ କହିଛନ୍ତି। ବ୍ୟାଙ୍କର ପୁଞ୍ଜି ସ୍ଥିତିକୁ ଆହୁରି ସୁଦୃଢ଼ କରିବା ପାଇଁ ୨୦୦ କୋଟି ଟଙ୍କାର ପ୍ରିଫରେନ୍ସିଆଲ୍‌ ସେୟାର ଇସ୍ୟୁ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର